Odisha Link
Bridging the Missing Links in Odisha

ପରଲୋକରେ ବିପ୍ଲବୀ କବି ରବି ସିଂ

କଟକ: ଓଡ଼ିଆ ସାହିତ୍ୟ ଜଗତରେ ଶୋକର ଛାୟା। ପରଲୋକରେ ବିପ୍ଳବୀ କବି ରବି ସିଂ। ଚିକିତ୍ସାଧୀନ ଅବସ୍ଥାରେ କଟକ ବାସଭବନରେ ସେ ଆଖି ବୁଜିଛନ୍ତି। ବାର୍ଧକ୍ୟଜନିତ ରୋଗରେ ପୀଡିତ ହୋଇ ଦୀର୍ଘ ଦିନ ଧରି ସେ ଚିକିତ୍ସିତ ଥିଲେ। ରବି ସିଂଙ୍କ ପରଲୋକ ଓଡିଆ ସାହିତ୍ୟ ଜଗତରେ ସୃଷ୍ଟି କରିଛି ଶୋକର ପରିବେଶ ।

୧୯୬୧ ରେ ସାହିତ୍ୟ ଏକାଡେମୀ ସମ୍ମାନ, ୨୦୧୭ରେ ଅତିବଡି ସମ୍ମାନରେ ସମ୍ମାନୀତ ହୋଇଥିଲେ ରବି ସିଂ। ପଥ ପ୍ରାନ୍ତର କବିତା, ଚରମପତ୍ର, ଲାଲ ପାଗୋଡାର ପ୍ରେତ ଓ ଅନ୍ୟ କବିତା, ଭ୍ରୁକୁଟି , ବିଦିନ୍ନ , ପାଦଟିକା ପରି କବିତା ପୁସ୍ତକ ବେଶ୍ ଲୋକପ୍ରିୟ। ରବି ସିଂଙ୍କ ପରଲୋକ ଖବର ଓଡ଼ିଆ ସାହିତ୍ୟ ଜଗତରେ ଦୁଃଖ ଖେଳାଇ ଦେଇଛି।

Comments are closed.