Odisha Link
Bridging the Missing Links in Odisha

ଆଜିଠାରୁ ଭୁବନେଶ୍ବରରେ କଲ୍ୟାଣ ମଣ୍ଡପ ସିଲ୍ ଅଭିଯାନ

ଭୁବନେଶ୍ବର: ଆଜିଠୁ ରାଜଧାନୀ ଭୁବନେଶ୍ବରରେ କଲ୍ୟାଣମଣ୍ଡପ ସିଲ୍ ଅଭିଯାନ ଆରମ୍ଭ ହେବ। ପ୍ରଥମ ଦିନରେ ୫ଟି କଲ୍ୟାଣ ମଣ୍ଡପ ସିଲ୍ କରିବ ବିଏମସି। ବିନା ବିଲଡିଂ ପ୍ଲାନ୍ ଅନୁମୋଦନରେ କୋଠା ନିର୍ମାଣ, ବିନା ଟ୍ରେଡ୍ ଲାଇସେନ୍ସରେ ବ୍ୟବସାୟ କରୁଥିବା, ହୋଲ୍ ଡିଂ ଟିକସ ଫାଙ୍କୁଥିବା, ପାର୍କିଂ ସୁବିଧା ନ ଥିବା ୯୪ଟି କଲ୍ୟାଣ ମଣ୍ଡପ ବା ବିବାହ ମଣ୍ଡପକୁ ବିଏମ୍ ସି କାରଣ ଦର୍ଶାଅ ନୋଟିସ୍ କରିଥିଲା।
ଯାହାର ଯାହା ଭିତ୍ତିଭୂମି ଅଭାବ ଅଛି ତାକୁ ସଜାଡ଼ିବାକୁ ମାସେ ମହଲତ ଦିଆଯାଇଥିଲା। ଜାନୁଆରି ୩୧ରେ ଏହି କଣ୍ଟ ପୂରିଥିବାବେଳେ ବେଆଇନ୍ ଭାବେ ନିର୍ମାଣ ହୋଇଥିବା ଏବଂ ଚାଲିଥିବା କଲ୍ୟାଣ ମଣ୍ଡପଗୁଡ଼ିକୁ ବନ୍ଦ କରିବାକୁ ବିଏମ୍ ସି ଆଜି ଠାରୁ ଅଭିଯାନ ଆରମ୍ଭ କରୁଛି।
ପ୍ରଥମ ଦିନରେ ବିଏମ୍ ସିର ତିନିଟି ଜୋନ୍ ରେ ପ୍ରାୟ ୫ଟି କଲ୍ୟାଣ ମଣ୍ଡପ ସିଲ୍ କରିବାକୁ ଯୋଜନା ହୋଇଛି। ଏଥିରେ ଦକ୍ଷିଣ ପୂର୍ବ ଜୋନ୍ ରେ ସହିଦନଗର ଥାନା ଅଞ୍ଚଳରେ ଗୋଟିଏ, ଉତ୍ତର ଜୋନ୍ ରେ ଚନ୍ଦ୍ରଶେଖରପୁର ଓ ଇନ୍ ଫୋସିଟି ଥାନା ଅଧୀନରେ ତିନିଟି ଏବଂ ଦକ୍ଷିଣ ପଶ୍ଚିମ ଜୋନ୍ ରେ ଖଣ୍ଡଗିରି ଥାନା ଅଧୀନରେ ଗୋଟିଏ କଲ୍ୟାଣ ମଣ୍ଡପ ସିଲ୍ ହେବ।

Comments are closed.