Odisha Link
Bridging the Missing Links in Odisha

୫ ଲକ୍ଷ ୬୦ ହଜାର ୮୯୧ ଜଣ ଛାତ୍ରଛାତ୍ରୀ ଦେବେ ମାଟ୍ରିକ ପରୀକ୍ଷା

କଟକ: ଚଳିତ ବର୍ଷ ୫ ଲକ୍ଷ ୬୦ ହଜାର ୮୯୧ ଜଣ ଛାତ୍ରଛାତ୍ରୀ ୨, ୮୮୮ଟି କେନ୍ଦ୍ରରେ ମାଟ୍ରିକ ପରୀକ୍ଷା ଦେବେ। ଏଥିପାଇଁ ୩୦୭ଟି ନୋଡାଲ ସେଣ୍ଟର କରାଯାଇଛି। ୨୨ଟି ପୁଲିସ୍‌ ଷ୍ଟେସନକୁ ମଧ୍ୟ ନୋଡାଲ ସେଣ୍ଟର କରିବାକୁ ନିଷ୍ପତ୍ତି ହୋଇଛି।

ସମ୍ବେଦନଶୀଳ ୧ ହଜାର କେନ୍ଦ୍ରରେ ସିସିଟିଭି ଲଗାଇବା କାର୍ଯ୍ୟ ଜାରି ରହିଥିବା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କୁହାଯାଇଛି। ନୋଡାଲ ସେଣ୍ଟର ଗୁଡ଼ିକରେ ୨୪ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା କରାଯିବା ସହ ପରୀକ୍ଷା ପାଇଁ ତ୍ରିସ୍ତରୀୟ ସ୍କ୍ୱାଡ୍ ବ୍ୟବସ୍ଥା ନେଇ ବୋର୍ଡ ପକ୍ଷରୁ ଘୋଷଣା କରାଯାଇଛି। ଏବେ ପ୍ରଶ୍ନପତ୍ର ଛପା ଓ ପ୍ୟାକିଂ କାର୍ଯ୍ୟ ଚାଲିଛି। ଆସନ୍ତା ୮ ତାରିଖରେ (ଓଏମଆର) ଉପସ୍ଥାନ ସିଟ୍ ଓ ଆଡମିଟ୍ କାର୍ଡ ସ୍କୁଲକୁ ପଠାଯିବ। ତେବେ ଏହାର ପୂର୍ବଦିନ ଅର୍ଥାତ୍‌ ୭ରେ ୱେବସାଇଟରେ ଆଡମିଟ୍ କାର୍ଡ ଉପଲବ୍ଧ ହେବ। ପରୀକ୍ଷା ସୁପରିଚାଳନା ପାଇଁ ପୁଲିସ୍‌ ଡିଜି, (ଆରଡିସି) , ସମସ୍ତ ଜିଲ୍ଲାପାଳ ଓ ସମସ୍ତ ଏସ୍‌ପିଙ୍କ ସହାୟତା ମାଗିଛି ବୋର୍ଡ। ଆସନ୍ତା ୧୯ରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୨ ତାରିଖ ଯାଏ ଚାଲିବ।

Comments are closed.