Odisha Link
Bridging the Missing Links in Odisha

ଏହି ସିନେମାର ଟ୍ରେଲର ଦେଖି ସ୍ୱାମୀଙ୍କୁ ପିଟିବେ ବୋଲି କହିଲେ ମହିଳା

 ନୂଆଦିଲ୍ଲୀ : ସିନେମାରୁ ଅନେକ ଲୋକ ବହୁତ କଥା ଶିଖିଥାନ୍ତି । ରିୟଲ ଲାଇଫକୁ ନେଇ ଅନେକ ସମୟରେ ସିନେମା ପ୍ରସ୍ତୁତ କରାଯାଇଥାଏ । କିଛି ଦିନ ତଳେ ମହିଳାଙ୍କ ଉପରେ ହେଉଥିବା ଘରୋଇ ହିଂସା ସଂପର୍କରେ ସତେଚନତା ସୃଷ୍ଟି କରିବା ଦିଗରେ ଏକ ସିନେମାର ଟ୍ରେଲର ରିଲିଜ୍ ହୋଇଛି । ସିନେମାଟି ନାଁ ‘ଥପଡ’ ।

ଏହାକୁ ଅନୁଭବ ସିହ୍ନା ନିର୍ଦ୍ଦେଶନା ଦେଇଥିବା ସମୟରେ ଅଭିନେତ୍ରୀ ତାପସୀ ପନ୍ନୁ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି । ‘ଥପଡ’ର ଟ୍ରେଲର ଗତ ଶୁକ୍ରବାର ରିଲିଜ୍ ହୋଇ ସାରିଛି । ସିନେମାର କାହାଣୀ ଓ ତାପସୀଙ୍କ ଅଭିନୟ ଏବେ ସମସ୍ତଙ୍କୁ ପସନ୍ଦ କରୁଛନ୍ତି । ତେବେ ସିନେମାର ଟ୍ରେଲର ସହ ଜଣେ ମହିଳାଙ୍କ ଭିଡିଓ ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି ।

ଏହି କାହାଣୀରୁ ଜଣେ ମହିଳାଙ୍କୁ ନିଜ ସ୍ବାମୀ ବିରୁଦ୍ଧରେ ସ୍ବର ଉତ୍ତୋଳନ କରିବାର ସାହାସ ମିଳିଥିବା ଜଣା ପଡ଼ିଛି। ସିନେମାରେ ଘରୋଇ ହିଂସାକୁ ନେଇ ଲୋକମାନଙ୍କୁ ସଚେତନ କରାଇବାକୁ ଚେଷ୍ଟା କରାଯାଇଛି। ଭିଡିଓଟିକୁ ତାପସୀ ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ଶେଆର୍ କରିଛନ୍ତି ।

ସୂଚନାଯୋଗ୍ୟ, ଏହି ମହିଳା ଜଣଙ୍କ ପୂର୍ବରୁ ମଧ୍ୟ ତାଙ୍କ ସ୍ୱାମୀଙ୍କ ବିରୋଧରେ ପୁଲିସ୍‌ରେ ଅଭିଯୋଗ କରିସାରିଛନ୍ତି। କିନ୍ତୁ ବାରମ୍ୱାର ଘରୋଇ ହିଂସାର ଶିକାର ହୋଇ ମଧ୍ୟ ସେ ପୁଣି ତାଙ୍କ ସ୍ୱାମୀଙ୍କ ପାଖକୁ ଫେରି ଆସନ୍ତି। ଏବେ ‘ଥପ୍ପଡ୍‌’ ସିନେମାର ଟ୍ରେଲର ଦେଖିବା ପରେ ମହିଳା ଜଣଙ୍କ ପୁଣି ସାହସ ଜୁଟାଇ ନିଜ ଅଧିକାର ପ୍ରତି ସଚେତନ ହୋଇଛନ୍ତି।

ତାପସୀ ଟ୍ୱିଟରରେ ଏହି ଭିଡିଓଟିକୁ ଶେଆର କରି ଲେଖିଛନ୍ତି, “ଏହା ଦେଖି ମୋ ଆଖିରୁ ଲୁହ ବାହାରି ପଡ଼ିଥିଲା। ଆମ ମଧ୍ୟରୁ ଅନେକ ମହିଳା ଏମିତି ଚୁପ୍‌ଚାପ ଦିନରାତି ଏହିସବୁ କଥାକୁ ସହି ଯାଉଛନ୍ତି। ଆଶା କରୁଛି ଏବେ ଆଉ କେହି ଏହାକୁ ଚୁପ୍‌ଚାପ୍ ସହିବେ ନାହିଁ। ସେମାନେ ନିଶ୍ଚିତ କିଛି କରିବେ।”

ସିନେମାଟି ଚଳିତ ବର୍ଷ ୨୮ଫେବୃୟାରିରେ ସିନେପରଦାକୁ ଆସିବ । ଏହାକୁ ରିତେଶ ଶାହ ଲେଖିଛନ୍ତି ।

Comments are closed.