Odisha Link
Bridging the Missing Links in Odisha

କରୋନା ଭାଇରସ୍: କେରଳରେ ୩ୟ ରୋଗୀ ଚିହ୍ନଟ

ଥିରୁଅନନ୍ତପୁରମ: ପୁଣି ଆଉ ଏକ କରୋନା ଭାଇରସ୍‌ ଆକ୍ରାନ୍ତ ରୋଗୀ କେରଳରେ ଚିହ୍ନଟ ହୋଇଛନ୍ତି। ଏନେଇ ସୂଚନା ଦେଇଛନ୍ତି କେରଳ ସ୍ବାସ୍ଥ୍ୟମନ୍ତ୍ରୀ କେକେ ସାଲିଜା। ସେ କହିଛନ୍ତି ଯେ, କେରଳରେ ତୃତୀୟ କରୋନା ଭାଇରସ୍‌ ଆକ୍ରାନ୍ତ ରୋଗୀ ଚିହ୍ନଟ ହୋଇଛନ୍ତି। ଉକ୍ତ ରୋଗୀ ଜଣକ କିଛି ଦିନ ତଳେ ଚାଇନାର ହୁଆନରୁ ଆସିଥିଲେ ଏବଂ ତାଙ୍କ ରକ୍ତ ନମୁନା ପଜିଟିଭ ଆସିଛି ବୋଲି କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ।

ଏଥିସହିତ ଏବେ ଏହି ରୋଗୀଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି। ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିଛନ୍ତି। ଏହି ରୋଗୀ ଜଣକ କସରଗଡ଼ର କଞ୍ଜନଗଡ଼ ମେଡିକାଲରେ ଚିକିତ୍ସିତ ହେଉଥିବା ନେଇ କେରଳ ସ୍ବାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। କେରଳରେ ତିନି ରୋଗୀ ଚିହ୍ନଟ ହେବା ପରେ କେରଳ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି ଯେ, ପାଖାପାଖି ୨୦୦୦ ରୋଗୀଙ୍କୁ ସନ୍ଦେହ କରାଯାଇ ବିଭିନ୍ନ ମେଡିକାଲରେ ଡାକ୍ତରୀ ଦଳଙ୍କ ନଜରରେ ଚିକିତ୍ସିତ ହେଉଛନ୍ତି।।

ଚାଇନାର ଉହାନ ପ୍ରଦେଶରେ ସୃଷ୍ଟି ହୋଇଥିବା କରୋନା ଭାଇରସରେ ଏଯାବତ ୩୬୧ ଜଣ ଲୋକଙ୍କ ମୃତ୍ୟୁ ଘଟିସାରିଛି। ଅନ୍ୟପଟେ ୪୭୫ ଜଣଙ୍କ ସ୍ବାସ୍ଥ୍ୟବସ୍ଥାରେ ଉନ୍ନତି ଆସୁଥିବା ଖବର ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ହୋଇଛି। ଏହି ଘାତକ ଭାଇରସର ଆକ୍ରାନ୍ତ ସଂଖ୍ୟା ଏବେ ୧୪,୦୦୦ରେ ପହଞ୍ଚିଛି। ଏବେ ସାରା ବିଶ୍ୱର ୨୫ଟି ଦେଶରେ ଏହି ଭାଇରସ ବ୍ୟାପୀଥିବା ଜଣାପଡ଼ିଛି।

Comments are closed.