Odisha Link
Bridging the Missing Links in Odisha

ଆଜି ବି ବରଗଡ଼ ବନ୍ଦ

ବରଗଡ: କାଲି ଭଳି ଆଜି ମଧ୍ୟ ବରଗଡ ବନ୍ଦ ରହିଛି। ଗତ ଜାନୁଆରୀ ୨୧ରେ ବରଗଡ଼ ଭଟଲି ବ୍ଲକର ଟୁକୁର୍ଲା ଖେଦାପାଲିକୁ ମୁଖ୍ୟ ଡାକ୍ତରଖାନା ସ୍ଥାନାନ୍ତର ପରେ ପୁରୁଣା ଡାକ୍ତରଖାନାକୁ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଘୋଷଣା କରିଥିଲେ ସରକାର। ତେବେ ସ୍ଥାନୀୟ ଲୋକେ କିନ୍ତୁ ସରକାରଙ୍କ ଏଭଳି ନିଷ୍ପତ୍ତିକୁ ମାନିବାକୁ ନାରାଜ୍।
ସେମାନେ ପୁରୁଣା ଡାକ୍ତରଖାନାକୁ ସିଟି ହସ୍ପିଟାଲ କରିବା ଦାବିରେ ଗତ କିଛିଦିନ ହେବ ଆନ୍ଦୋଳନ କରୁଥିଲେ । ହେଲେ କାଲି ଏହା ଉଗ୍ରରୂପ ନେଇଥିଲା। ଲୋକେ ପୁରୁଣା ଡାକ୍ତରଖାନା ସାମ୍ନାରେ ଧାରଣାରେ ବସି ରାସ୍ତାରୋକ କରିବା ସହ ବରଗଡ଼ ପୌରାଞ୍ଚଳକୁ ସମ୍ପୂର୍ଣ୍ଣ ବନ୍ଦ କରିଦେଇଥିଲେ।
ସେହିଭଳି ଆଜି ମଧ୍ୟ ସମାନ ଦାବିରେ “ବରଗଡ ଏକତା ମଞ୍ଚ” ପକ୍ଷରୁ ବରଗଡ ବନ୍ଦ ଡାକରା ଦିଆଯାଇଛି। ଆଜି ସମସ୍ତ ଅଫିସ, ବ୍ୟାଙ୍କ, ଦୋକାନ ବଜାର, ସ୍କୁଲ, କଲେଜ ତଥା ସମସ୍ତ ପ୍ରତିଷ୍ଠାନ ବନ୍ଦ ରହିବ । କେବଳ ଅତ୍ୟାବଶ୍ୟକ ସଂସ୍ଥା ସରକାରୀ ଓ ଘରୋଇ ସ୍ୱାସ୍ଥ୍ୟସେବା, ଆମ୍ବୁଲାନ୍ସ, ଛାତ୍ରଛାତ୍ରୀଙ୍କ ପରୀକ୍ଷା ଇତ୍ୟାଦିକୁ ଏହି ବନ୍ଦରୁ ବାଦ ଦିଆଯାଇଛି।

Comments are closed.