Odisha Link
Bridging the Missing Links in Odisha

ଏଣିକି ୬ ବର୍ଷରେ ଥରେ ବଦଳିବେ କିରାଣୀ : ମନ୍ତ୍ରୀ

ଭୁବନେଶ୍ବର: ବଲାଙ୍ଗିର ବିଇଓ ଅଫିସରେ କାର୍ଯ୍ୟରତ ବରିଷ୍ଠ କିରାଣୀଙ୍କ ଜାଲିଆତି ଘଟଣା ସାମନାକୁ ଆସିବା ପରେ ଚେତିଛନ୍ତି ରାଜ୍ୟ ସରକାର । ଏଣିକି ବ୍ଲକ ଶିକ୍ଷା ଅଧିକାରୀ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ୬ ବର୍ଷରୁ ଅଧିକ ସମୟ କାର୍ଯ୍ୟରତ କିରାଣିଙ୍କୁ ଅନ୍ୟତ୍ର ବଦଳି କରାଯିବ।  ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏହା କହିଛନ୍ତି। ଏନେଇ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଶିକ୍ଷାବର୍ଷ ଆରମ୍ଭରୁ ଏହି ନିଷ୍ପତ୍ତି କାର୍ଯ୍ୟକାରୀ ହେବ ବୋଲି ଶ୍ରୀ ଦାଶ  କହିଛନ୍ତି ।
ବଲାଙ୍ଗିର ବିଇଓ ଅଫିସରେ କାର୍ଯ୍ୟରତ ବରିଷ୍ଠ କିରାଣି ପ୍ରମୋଦ ରଥ ଜାଲ୍ କାଗଜପତ୍ର ପ୍ରସ୍ତୁତ କରି ରାଜକୋଷରୁ ଲକ୍ଷ ଲକ୍ଷ ଟଙ୍କା ହଡ଼ପ କରିଥିଲେ। ଏନେଇ ଗତକାଲି ଗଣମାଧ୍ୟମରେ ଖବର ପ୍ରସାରଣ ପରେ ଗଣଶିକ୍ଷା ମନ୍ତ୍ରୀ ଏହି ନିଷ୍ପତ୍ତି ସଂପର୍କରେ ଜଣାଇଛନ୍ତି ।

Comments are closed.