Odisha Link
Bridging the Missing Links in Odisha

ଖଣ୍ଡଗିରିରୁ ଜବତ ହେଲା ଧଳା ଜହର

ଭୁବନେଶ୍ବର: ରାଜଧାନୀରେ ଚାଲିଛି ବେଧଡକ ବ୍ରାଉନସୁଗାର କାରବାର। ଆଜି ଖଣ୍ଡଗିରି ଅଞ୍ଚଳରେ ରେଡ୍ କରି ୨ ଜଣ ବ୍ରାଉନସୁଗାର ବେପାରୀଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ୧୫୦ ଗ୍ରାମ୍ ବ୍ରାଉନସୁଗାର ଜବତ କରିଛି କମିଶନରେଟ୍ ପୋଲିସର ସ୍ପେଶାଲ ସ୍କ୍ବାଡ୍। ବାଲେଶ୍ବରରୁ ବ୍ରାଉନସୁଗାର ଆଣି ରାଜଧାନୀର ବିଭିନ୍ନ ସ୍ଥାନରେ ବିକ୍ରି କରୁଥିଲେ ବ୍ରାଉନସୁଗାର ବେପାରୀ। ସେମାନେ ହେଲେ ଗଡ ଖୋର୍ଦ୍ଧା ଅଞ୍ଚଳର କାଳି ପ୍ରସାଦ ରାଉତ ଓ ଜଟଣୀ ଲୋକ କଲୋନୀର ବିଜୟ ନାୟକ। ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୧୫ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଡିସିପି ଅନୁପ ସାହୁ ସୂଚନା ଦେଇଛନ୍ତି।

Comments are closed.