Odisha Link
Bridging the Missing Links in Odisha

ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ପଟ୍ଟାମୁଣ୍ଡାଇ: ପଟ୍ଟାମୁଣ୍ଡାଇ ମୁଗକଣି ଗାଁ ନିକଟ ନାଳ କଡରେ ଥିବା ଏକ ଗଛରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତକ ହେଉଛନ୍ତି ପରିପଙ୍ଗରା ଗାଁର ଗୁନ୍ଥା ପ୍ରଧାନ। ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି।

ମିଳିଥିବା ସୂଚନା ଅନୁସାରେ, ଗୁନ୍ଥା ପାଖ ଗାଁରେ ଚାଲିଥିବା ଯାତ୍ରା ଦେଖିବାକୁ ଆସିଥିଲେ। ତେବେ ସେ ଆଉ ଘରକୁ ଫେରିନଥିଲେ। ତେବେ ଆଜି ସକାଳେ ପାଖ ଗାଁ ମୁଗକଣି ଗାଁ ନାଳ କଡରେ ଏକ ଗଛରେ ତାଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା। ସ୍ଥାନୀୟଲୋକ ମୃତଦେହ ଦେଖି ପୋଲିସକୁ ସୂଚନା ଦେଇଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି। ତେବେ ସେ ଆତ୍ମହତ୍ୟା କରିଛନ୍ତି କି ତାଙ୍କୁ କେହି ହତ୍ୟା କରି ଗଛରେ ଟାଙ୍ଗି ଦେଇଛନ୍ତି ତାହା ସ୍ପଷ୍ଟ ଜଣାପଡିନାହିଁ । ଘଟଣାର ତଦନ୍ତ କରୁଛି ପୋଲିସ।

Comments are closed.