Odisha Link
Bridging the Missing Links in Odisha

‘କରୋନା’ ଆତଙ୍କ: ୪୯୨ ଜଣ ମୃତ

ବେଜିଂ: ଦିନକୁ ଦିନ କରୋନା ଭାଇରସ୍ ନିଜ କାୟା ମେଲାଇବା ସହ ମହାମାରୀର ରୂପ ନେଇଛି। କେବଳ ଚୀନ ନୁହେଁ ଏହି ଭୂତାଣୁକୁ ଏବେ ସାରା ବିଶ୍ଵରେ କୋକୁଆ ଭୟ ସୃଷ୍ଟି କରିଛି। ବର୍ତ୍ତମାନ ସୁଦ୍ଧା ‘କରୋନା’ ଆତଙ୍କରେ ୪୯୨ ଜଣ ମୃତ୍ୟୁବରଣ କରିଥିବା ବେଳେ ୨୪ ହଜାର ୩୨୪ ଜଣ ଆକ୍ରାନ୍ତ ଅଛନ୍ତି। ଏହି ଭୂତାଣୁ ଚୀନ ସମେତ ୨୫ ଦେଶରେ ପହଞ୍ଚି ସାରିଲାଣି।

ଚୀନର ଜାତୀୟ ସ୍ବାସ୍ଥ୍ୟ ଆୟୋଗଙ୍କ ପକ୍ଷରୁ କୁହାଯାଇଛି ଯେ, ମଙ୍ଗଳବାର ଦିନ କରୋନାରେ ୬୫ ଜଣ ପ୍ରାଣ ହରାଇଛନ୍ତି ଏବଂ ସମସ୍ତ ମୃତକ ଉହାନର। ଏଥିସହ ଗତ ୨୪ ଘଣ୍ଟା ମଧ୍ୟରେ ୩୮୮୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୪୩୧ ରୋଗୀଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ୨୬୨ ଜଣଙ୍କୁ ଚିକିତ୍ସା ପରେ ହସ୍ପିଟାଲରୁ ଡିସ୍‌ଚାର୍ଜ କରାଯାଇଛି। ଚୀନରେ କରୋନା ଭାଇରସର ଚିକିତ୍ସା ପାଇଁ ବୁଧବାର ୧୩୦୦ ଶଯ୍ୟାର ଆଉ ଏକ ହସ୍ପିଟାଲ ପ୍ରସ୍ତୁତ ହୋଇଛି। ପୂର୍ବରୁ ୧୦୦୦ ଶଯ୍ୟା ବିଶିଷ୍ଟ ଏକ ହସ୍ପିଟାଲ ନିର୍ମାଣ ହୋଇଥିଲା।

Comments are closed.