Odisha Link
Bridging the Missing Links in Odisha

ଲଗାଣବର୍ଷାରେ ବି ଭୁଲି ନାହାନ୍ତି ନିଜ କର୍ତ୍ତବ୍ୟ, ଭିଡିଓ ସେୟାର କଲା ବ୍ରହ୍ମପୁର ପୋଲିସ

ବ୍ରହ୍ମପୁର: ଓଡ଼ିଶାରେ ବର୍ତ୍ତମାନ ପାଗ ବଦଳିବା ହେତୁ ବିଭିନ୍ନ ସ୍ଥାନରେ ବର୍ଷା ହେଉଛି। ଆଉ ଏହାର ପ୍ରଭାବ ବ୍ରହ୍ମୁପରରେ ମଧ୍ୟ ଦେଖିବାକୁ ମିଳିଛି। ହେଲେ ଲଗାଣ ବର୍ଷାରେ ବି ନିଜର କର୍ତ୍ତବ୍ୟକୁ ନଭୁଲି ସୁଚାରୁରୂପେ ନିଭାଇଛନ୍ତି ଜଣେ ହୋମଗାର୍ଡ। ଆଜିକାଲି ପୁଲିସକୁ ନେଇ ଲୋକଙ୍କ ମନରେ ଦ୍ୱେଷ ଭାବ ରହିଥିବା ବେଳେ ଏହି ହୋମଗାର୍ଡ଼ ଜଣଙ୍କ ସମସ୍ତଙ୍କ ମନରୁ ଭ୍ରାନ୍ତ ଧାରଣା ଦୂର କରିଛନ୍ତି। ସେହି ହୋମଗାର୍ଡ ଜଣକ ହେଉଛନ୍ତି ଏସ ଚନ୍ଦ୍ରଶେଖର। ତାଙ୍କର ଏଭଳି କାର୍ଯ୍ୟକୁ ଚାରିଆଉ ପ୍ରଶଂସାର ସୁଅ ଛୁଟୁଛି।

ଶ୍ରୀଯୁକ୍ତ ଏସ ଚନ୍ଦ୍ରଶେଖର, ବ୍ରହ୍ମପୁରର କମାପାଲି ସ୍କୟାରରେ ହୋମଗାର୍ଡ଼ ରୂପେ କାର୍ଯ୍ୟରତ। ଲୋକଙ୍କୁ ସୁବିଧାରେ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇବାର ପାଇଁ ବର୍ଷାରେ ଛିଡ଼ା ହୋଇ କାମ କରୁଛନ୍ତି। ଲଗାଣ ବର୍ଷାରେ କିପରି କତ୍ତର୍ବ୍ୟ କରିଚାଲିଛନ୍ତି ସେ। ଟ୍ରାଫିକ ପୋଷ୍ଟରେ ଅଧିକ ଭିଡ଼ ନଥିଲେ ମଧ୍ୟ ନିଜ କର୍ମରୁ ବିରତ ହୋଇନାହାନ୍ତି ସେ।

ହୋମଗାର୍ଡ଼ ଏସ ଚନ୍ଦ୍ରଶେଖରଙ୍କ ଏହି କାମକୁ ବ୍ରହ୍ମପୁର ଏସପି ଖୁବ ପ୍ରଶଂସା କରିଛନ୍ତି। ବ୍ରହ୍ମପୁର ପୋଲିସ ଏହି ଭିଡ଼ିଓକୁ ନିଜ ଟ୍ୱିଟର ପେଜରେ ସେୟାର କରିବା ସହ ସଲାମ ଜଣାଇଛନ୍ତି। ଭିଡ଼ିଓ ଦେଖି ସାଧାରଣ ଜନତା ମଧ୍ୟ ତାଙ୍କର ଭୁରି ଭୁରି ପ୍ରଶଂସା କରୁଛନ୍ତି।

Comments are closed.