Odisha Link
Bridging the Missing Links in Odisha

ନ୍ୟୁଜିଲାଣ୍ଡକୁ ୩୪୮ ରନ୍‌ର ଟାର୍ଗେଟ ଦେଲା ଭାରତ

ହାମିଲଟନ: ହାମିଲଟନରେ ଚାଲିଥିବା ପ୍ରଥମ ଦିନିକିଆରେ ଭାରତ ପ୍ରଥମେ ବ୍ୟାଟିଂ କରି ୩୪୭ ରନ କରିଛି। ଶ୍ରେୟସ ଆୟାରଙ୍କ ଶତକୀୟ ଇନିଂସ, କେ.ଏଲ. ରାହୁଲଙ୍କ ଧୂଆଁଧାର ୮୮ ରନ ଏବଂ ଅଧିନାୟକ ବିରାଟ କୋହଲିଙ୍କ ୫୧ ରନ ବଳରେ ଟିମ୍‌ ଇଣ୍ଡିଆ ଏହି ବିଶାଳ ସ୍କୋର କରିବାରେ ସକ୍ଷମ ହୋଇଛି।
ଇନିଂସ ଓପର କରିଥିବା ଦୁଇ ଓପନର ପୃଥ୍ବୀ ଶ’ ଏବଂ ମ ୟଙ୍କ ଅଗ୍ରୱାଲ ଯଥାକ୍ରମେ ୨୦ ଏବଂ ୩୨ ରନ କରି ଆଉଟ୍‌ ହୋଇଯାଇଥିଲେ। ଦଳର ସ୍କୋର ୫୦ ରନ୍‌ ହୋଇଥିବାବେ​‌ଳେ ପ୍ରଥମେ ପୃଥ୍ବୀ ଶ ଏବଂ ପରେ ପରେ ୫୪ ରନରେ ମୟଙ୍କ ଅଗ୍ରୱାଲ ପ୍ୟାଭିଲିୟନକୁ ଫେରିଯାଇଥିଲା। ଏହା ପରେ କୋହଲି ଏବଂ ଶ୍ରେୟସ ୩ୟ ୱିକେଟ୍‌ରେ ୧୦୨ ରନ୍‌ର ପାର୍ଟନରଶିପ୍‌ କରି ଦଳକୁ ମଜଭୁତ ସ୍ଥିତିରେ ପହଞ୍ଚାଇଥିଲେ। କୋହଲି ଆଉଟ୍‌ ହେବା ପରେ କେ.ଏଲ. ରାହୁଲ ଚିରାଚରିତ ଢଙ୍ଗରେ ଆକର୍ଷଣୀୟ ୮୮ ରନର ପାଳି ଖେଳିଥିଲେ। ନ୍ୟୁଜିଲାଣ୍ଡ ପକ୍ଷରୁ ଟିମ୍‌ ସାଉଦୀ ୨ଟି, ଡି ଗ୍ରାଣ୍ଡହୋମ୍‌ ଏବଂ ସୋଧି ଗୋଟିଏ ଲେଖାଏ ୱିକେଟ୍‌ ହାସଲ କରିଥିଲେ।