ଜାତୀୟକରଣ ବ୍ୟାଙ୍କରେ ରହିବ ଶ୍ରୀମନ୍ଦିର ଟଙ୍କା

ପୁରୀ: ଶ୍ରୀମନ୍ଦିର ପାଣ୍ଠି ଗଚ୍ଛିତ ପ୍ରସଙ୍ଗରେ ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ତାହା ହେଲା ଏଣିକି ଶ୍ରୀମନ୍ଦିର ପାଣ୍ଠି କୌଣସି ଜାତୀୟକରଣ ବ୍ୟାଙ୍କରେ ହିଁ ଗଚ୍ଛିତ ରହିବ। ଟଙ୍କା ରଖିବା ପାଇଁ ବ୍ୟାଙ୍କମାନଙ୍କ ଠାରୁ ଆବେଦନ ଆହ୍ୱାନ କରାଯିବ। ଯେଉଁ ବ୍ୟାଙ୍କ ସର୍ବାଧିକ ସୁଧ ଦେବ ତା ପାଖରେ ୫୦% ଅର୍ଥ ଜମା ରହିବ। ତା ତଳକୁ ସୁଧ ପ୍ରସ୍ତାବ ଦେଇଥିବା ଅନ୍ୟ ୨ଟି ବ୍ୟାଙ୍କକୁ ପ୍ରସ୍ତାବ ଦିଆଯିବ। ଉକ୍ତ ୨ବ୍ୟାଙ୍କ ଯଦି ପ୍ରଥମ ବ୍ୟାଙ୍କ ଭଳି ସୁଧ ଦେଲେ ତେବେ ସେଠାରେ ବି ଟଙ୍କା ରଖାଯିବ। ଗୋଟିଏ ବ୍ୟାଙ୍କରେ ନରଖି ୨/୩ଟି ଜାତୀୟକରଣ ବ୍ୟାଙ୍କରେ ଟଙ୍କା ରଖାଯିବ ବୋଲି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ସୂଚନା ଦେଇଛନ୍ତି ।
Comments are closed.