Odisha Link
Bridging the Missing Links in Odisha

ଶ୍ରୀନଗରରେ ଆତଙ୍କବାଦୀଙ୍କ ଆକ୍ରମଣ, ଜଣେ ଯବାନ ଶହୀଦ

ଶ୍ରୀନଗର: ଶ୍ରୀନଗରରେ ସୁରକ୍ଷା କର୍ମୀଙ୍କ ଉପରେ ଆତଙ୍କବାଦୀଙ୍କ ଆକ୍ରମଣ। ଆଜି ଶ୍ରୀନଗର ଅନ୍ତର୍ଗତ ଲାୱେପୋରା ଅଞ୍ଚଳ ପରିମପୋରାରେ ଥିବା ଚେକ ପୋଷ୍ଟ ନିକଟରେ ହଠାତ୍ ଆତଙ୍କବାଦୀମାନେ ସୁରକ୍ଷା କର୍ମୀଙ୍କ ଉପରେ ଆକ୍ରମଣ କରିଛନ୍ତି। ଫଳରେ ଆତଙ୍କବାଦୀ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା ଏଥିରେ ଜଣେ ଯବାନ ଶହୀଦ ହୋଇଛନ୍ତି। ଯବାନଙ୍କ ପ୍ରତିଆକ୍ରମଣରେ ୨ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି।

ସମ୍ପୃକ୍ତ ଅଞ୍ଚଳରେ ସୁରକ୍ଷା କର୍ମୀଙ୍କ ପକ୍ଷରୁ ଯାନବାହନ ଯାଞ୍ଚ କରାଯାଉଥିଲା। ଏହି ସମୟରେ ଏକ କାରରେ ଥିବା ୨ ଆତଙ୍କବାଦୀ ଧରାପଡ଼ିଯିବା ଭୟରେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳି ଚଳାଇଥିଲେ। ଏବେ ଏହି ସ୍ଥାନରେ ଆଉ କିଛି ଆତଙ୍କୀ ଲୁଚିଥାଇ ପାରନ୍ତି ବୋଲି ଆକଳନ କରାଯାଉଛି। ସିଆରପିଏଫ ଯବାନ ମାନେ ସଂପୃକ୍ତ ଅଞ୍ଚଳକୁ ସିଲ୍‌ କରି ସର୍ଚ୍ଚ ଅପରେଶନ ଜାରି ରଖିଛନ୍ତି।

Comments are closed.