Odisha Link
Bridging the Missing Links in Odisha

ସମ୍ବଲପୁରରେ ପୋଲିସ୍‌ ଡିଜିପିଙ୍କ ସମୀକ୍ଷା

ସମ୍ବଲପୁର: ଆଜି ସମ୍ବଲପୁର ଗସ୍ତରେ ଯାଇଛନ୍ତି ପୋଲିସ ଡିଜିପି ଅଭୟ। ବସନ୍ତପୁର ସ୍ଥିତ ପୁଲିସ ତାଲିମ କେନ୍ଦ୍ର ଅନୁଧ୍ୟାନ କରିବା ପରେ ଡିଆଇଜି କାର୍ଯ୍ୟାଳୟରେ ପହଞ୍ଚି ଉତରାଞ୍ଚଳ ଅଧିନ ୫ଟି ଏସପିଙ୍କ ସହ ଆଲୋଚନା କରୁଛନ୍ତି। ୬ଟା ପର୍ଯ୍ୟନ୍ତ ଏହି ବୈଠକ ଚାଲିବ। ମାଓବାଦୀ, ନୂତନ ଜ୍ଞାନକୌଶଳ ସହ ସାଇବର କ୍ରାଇମ ଓ ନିଶା କାରବାର ନେଇ ଏହି ବୈଠକରେ ବିସ୍ତୃତ ଭାବେ ଆଲୋଚନା ହେଉଛି।
ମାଓ ଗତିବିଧି ସକ୍ରିୟ ଜିଲ୍ଲା ଗୁଡିକରେ ପୁଲିସ ପ୍ରଶାସନ ପକ୍ଷରୁ କିପରି ପଦକ୍ଷେପ ଗ୍ରହଣ କରାଯିବ ଓ ମାଓ ଗତିବିଧି ରୋକିବା ଦିଗରେ ରଣନୀତିକୁ କିପରି ତ୍ୱରାନ୍ୱିତ କରାଯିବ ଏନେଇ ଆଲୋଚନ ହେଉଛି। ଏହି ବୈଠକରେ ସମ୍ବଲପୁର ସହ ବଲାଙ୍ଗୀର, ସୁବର୍ଣ୍ଣପୁର, ଝାରସୁଗୁଡା ଓ ବରଗଡ ଏସପିଙ୍କ ସହ ପଦାଧିକାରୀ ସାମିଲ ହୋଇଛନ୍ତି।

Comments are closed.