Odisha Link
Bridging the Missing Links in Odisha

ଏସସିବିରେ ପ୍ରଥମ ସ୍ୱାଇନ ଫ୍ଲୁ ରୋଗୀ ଚିହ୍ନଟ

କଟକ: ଏସସିବିରେ ପ୍ରଥମ ସ୍ୱାଇନ ଫ୍ଲୁ ରୋଗୀ ଚିହ୍ନଟ କରାଯାଇଛି। ଏହି ରୋଗୀ ଜଣକର ଘର ଢେଙ୍କାନାଳ ଅଞ୍ଚଳର ବୋଲି ଜଣାପଡିଛି। ସ୍ୱାଇନ ଫ୍ଲୁ ସନ୍ଦେହରେ ୩ ଜଣ ଏସସିବିର ସ୍ପେଶାଲ ୱାର୍ଡରେ ଭର୍ତି ହୋଇଥିଲେ। ସେମାନଙ୍କର ରକ୍ତ ଓ ସ୍ୱାବ ନମୂନା ପରୀକ୍ଷା ପରେ ଜଣଙ୍କ ଠାରେ ସ୍ୱାଇନ ଫ୍ଲୁ ପଜିଟିଭ୍ ଆସିଛି।
ଏସସିବିରେ ସ୍ୱାଇନ ଫ୍ଲୁ ରୋଗୀ ଚିହ୍ନଟ ହେବା ଡାକ୍ତରଖାନା ପରିସରରେ ଆତଙ୍କ ଖେଳାଇ ଦେଇଛି। କାରଣ ଗତବର୍ଷ ଏସସିବିରେ ସ୍ୱାଇନ ଫ୍ଲୁ ରୋଗୀଙ୍କୁ ଚିକିତ୍ସା ବେଳେ କିଛି ଡାକ୍ତରୀ ଛାତ୍ର ମଧ୍ୟ ଏଥିରେ ଆକ୍ରାନ୍ତ ହୋଇଥିଲେ। ଏହି କାରଣରୁ ଏବେ ଏସସିବିରେ ଆତଙ୍କ ଖେଳିଯାଇଛି ।

Comments are closed.