Odisha Link
Bridging the Missing Links in Odisha

ନିର୍ବାଚନ ପୂର୍ବରୁ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀଙ୍କ ଓଏସଡି ଗିରଫ, ମନିଷ କହିଲେ …..

ନୂଆଦିଲ୍ଲୀ: ଦିଲ୍ଲୀ ନିର୍ବାଚନ ଭୋଟ ଗ୍ରହଣ ଦିନକୁ ପୂର୍ବରୁ ଆମ୍‌ ଆଦମୀ ପାର୍ଟିକୁ ଲାଗିଲା ବଡ଼ ଝଟକା। ସିବିଆଇ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିଶୋଦିଆଙ୍କ ଓଏସଡି(ସ୍ବତନ୍ତ୍ର କର୍ତ୍ତବ୍ୟ ଅଧିକାରୀ) ଗୋପାଳ କୃଷ୍ଣ ମାଧବଙ୍କୁ ୨ ଲକ୍ଷ ଟଙ୍କା ଲାଞ୍ଚ ନେବା ସମୟରେ ଗିରଫ କରିଛି। ଗୁରୁବାର ବିଳମ୍ବିତ ରାତିରେ ଜିଏସଟି ସମ୍ପର୍କିତ ମାମଲାରେ ଗୋପାଳ ଜଣେ ବ୍ୟକ୍ତିଙ୍କଠାରୁ ଏହି ଲାଞ୍ଚ ନେବାବେଳେ ସିବିଆଇ ଅଧିକାରୀମାନେ ତାଙ୍କୁ ଗିରଫ କରିଛନ୍ତି।

ଏହି ଘଟଣା ପରେ ଉପମୁଖ୍ୟମନ୍ତ୍ରୀ ମନିଷ ସିଶୋଦିଆ ଟ୍ବିଟ୍‌ କରି ଲେଖିଛନ୍ତି, ମୁଁ ଜାଣିବାକୁ ପାଇଲି ଯେ ସିବିଆଇ ଜଣେ ଜିଏସଟି ଇନ୍ସପେକ୍ଟରଙ୍କୁ ଲାଞ୍ଚ ନେବା ସମୟରେ ଗିରଫ କରିଛି। ସେହି ଅଧିକାରୀ ଜଣକ ମୋ କାର୍ଯ୍ୟାଳୟରେ ଓଏସଡି ଭାବେ ମୁତୟନ ଥିଲେ। ସିବିଆଇ ସମ୍ପୃକ୍ତ ଅଧିକାରୀଙ୍କୁ ତୁରନ୍ତ କଠୋରରୁ ଅତି କଠୋର ଦଣ୍ଡ ଦେବା ଉଚିତ। ଏଭଳି ଅନେକ ଭ୍ରଷ୍ଟାଚାରୀ ଅଧିକାରୀଙ୍କୁ ଗତ ୫ ବର୍ଷ ଭିତରେ ମୁଁ ଧରାଇଛି।

ସିବିଆଇର ଜଣେ ଅଧିକାରୀଙ୍କ ସୂଚନା ଅନୁସାରେ, ଗିରଫ ଅଧିକାରୀଙ୍କୁ ପଚରାଉଚରା ଲାଗି ସିବିଆଇ ମୁଖ୍ୟାଳୟକୁ ନିଆଯାଇଛି। ଏହି ମାମଲାରେ ସିଶୋଡିଆଙ୍କର କୌଣସି ଭୂମିକା ସାମ୍ନାକୁ ଆସିନାହିଁ। ମାମଲାର ତଦନ୍ତ ଜାରି ରହିଛି। ଅଧିକାରୀ ଜଣକ ୨୦୧୫ରୁ ସିଶୋଡିଆଙ୍କ କାର୍ଯ୍ୟାଳୟରେ ମୁତୟନ ଥିଲେ। ତେବେ ଦିଲ୍ଲୀ ବିଧାନସଭା ନିର୍ବାଚନର ଗୋଟିଏ ପୂର୍ବରୁ ଉପମୁଖ୍ୟମନ୍ତ୍ରୀଙ୍କ ଓଏସଡି ଗିରଫ ହେବା ଘଟଣାକୁ ନେଇ ନାନା ଚର୍ଚ୍ଚା ହେଉଛି।

Comments are closed.