ଦିଲ୍ଲୀ ନିର୍ବାଚନ: ଆପ୍ କାର୍ଯ୍ୟକର୍ତ୍ତାଙ୍କୁ ଚାପୁଡା ମାରିଲେ କଂଗ୍ରେସ ପ୍ରାର୍ଥୀ ଅଲକା ଲାମ୍ବା

ନୂଆଦିଲ୍ଲୀ: ଚାଲିଛି ଦିଲ୍ଲୀ ବିଧାନସଭା ପାଇଁ ମତଦାନ। ମତଦାନ ବେଳେ କଂଗ୍ରେସ-ଆପ୍ ଦଳର ସଦସ୍ୟ ହାତାହାତି ହେବା ଖବର ଆସୁଛି। ଚାନ୍ଦନୀ ଚୌକ୍ ରୁ କଂଗ୍ରେସ ପ୍ରାର୍ଥୀ ଅଲକା ଲାମ୍ବା ଆମ୍ ଆଦମୀ ପାର୍ଟି (ଆପ୍) ର ଜଣେ କାର୍ଯ୍ୟକର୍ତ୍ତାଙ୍କୁ ଚାପୁଡା ମାରିବାକୁ ଉଦ୍ୟମ କରିଥିବା ଖବର ଏବେ ଚର୍ଚ୍ଚାର ବିଷୟ। । ଚାନ୍ଦନୀ ଚୌକର ମଜନୁ କେ ଟିଲେ ମତଦାନ କେନ୍ଦ୍ରରେ ୧୨୬ ରୁ ୧୩୩ ପର୍ଯ୍ୟନ୍ତ ଅଲକା ଲାମ୍ବା ଏବଂ ଆପ୍ କାର୍ଯ୍ୟକର୍ତ୍ତାଙ୍କ ଭିତରେ କଥା କଟାକଟି ହୋଇଥିଲା।
#WATCH Delhi: Scuffle breaks out between AAP and Congress workers near Majnu ka Teela, Congress candidate Alka Lamba tries to slap an AAP worker. AAP leader Sanjay Singh has said the party will complain to Election Commission. #DelhiElections2020 (note: abusive language) pic.twitter.com/l5VriLUTkF
— ANI (@ANI) February 8, 2020
ଏହି ସମୟରେ ଅଲକା ଆପ୍ କାର୍ଯ୍ୟକର୍ତ୍ତାଙ୍କ ଉପରେ ଅଭିଯୋଗ ଆଣିଲେ ଯେ ସେ ତାଙ୍କ ପୁଅଙ୍କ ଉପରେ ଟିପ୍ପଣୀ କରିଛନ୍ତି। ଏଥିରେ ରାଗିଯାଇ ଅଲକା ଲାମ୍ବା ଆପ୍ କାର୍ଯ୍ୟକର୍ତ୍ତାଙ୍କୁ ଚାପୁଡା ମାରିବାକୁ ଉଦ୍ୟମ କରିଥିଲେ। ଏହି ଘଟଣା ପରେ କଂଗ୍ରେସ ଏବଂ ଆପ୍ କାର୍ଯ୍ୟକର୍ତ୍ତା ମୁହାଁମୁହିଁ ହୋଇଥିଲେ। ଉପସ୍ଥିତ ପୋଲିସ୍ ଦୁଇ ଦଳର ସଦସ୍ୟଙ୍କୁ କାବୁ କରିଥିଲା।
Comments are closed.