Odisha Link
Bridging the Missing Links in Odisha

“ବଜ୍ରକାପ୍ତା” ପାଇଁ ବ୍ୟାପିଛି କରୋନା!

ନୂଆଦିଲ୍ଲୀ: ଏବେ ସାରା ବିଶ୍ବରେ କରୋନା ଭାଇରସ୍‌କୁ ନେଇ ଲୋକେ ଭୟଭୀତ ଏବଂ ଆତଙ୍କିତ ଥିବା ବେଳେ ଏଥିରେ ୭୨୪ ଜଣଙ୍କ ମୃତ୍ୟୁ ହୋଇ ସାରିଲାଣି।। କରୋନା ଭୂତାଣୁର ପ୍ରତିଷେଧକ ପାଇଁ ବୈଜ୍ଞାନିକ ଓ ଡାକ୍ତରମାନେ ଗବେଷଣାରେ ଜାରି ରଖିଥିବା ବେଳେ। ଏକ ତଥ୍ୟ ସାମ୍ନାକୁ ଆସୁଛି, ବଜ୍ରକାପ୍ତା (ପାଙ୍ଗୋଲିନ)ରୁ ବ୍ୟାପିଛି କରୋନା ଭାଇରସ୍‌! ଭୂତାଣୁ ପ୍ରଥମେ ବାଦୁଡ଼ିଠାରୁ ସୃଷ୍ଟି ହୋଇଥଲା, ପରେ ବଜ୍ରକାପ୍ତା ଏବଂ ମଣିଷ ଦେହକୁ ସଂକ୍ରମିତ ହୋଇଛି ବୋଲି ଆଶଙ୍କା କରାଯାଉଛି। ବଜ୍ରକାପ୍ତାରୁ ମିଳିଥିବା ଭୂତାଣୁ ସଂକ୍ରମିତ ମଣିଷର ନମୂନା ସହ ୯୯ ପ୍ରତିଶତ ମିଶୁଛି ବୋଲି ସାଉଥ୍‌ ଚୀନ୍‌ କୃଷି ବିଶ୍ୱବିଦ୍ୟାଳୟର ଗବେଷକମାନେ ଦାବି କରିଥିବା ଜଣାପଡିଛି। ସେମାନଙ୍କ ଯୁକ୍ତି ଯେ ବାଦୁଡ଼ି କରୋନା ଭାଇରସ ସୃଷ୍ଟି ପଛରେ ଥିଲେ ମଧ୍ୟ ବଜ୍ରକାପ୍ତା ଯୋଗୁ ଏହା ମଣିଷ ଦେହକୁ ବ୍ୟାପିଛି।

ଚୀନ୍‌ର ଉହାନ ପଶୁ ବଜାରରୁ ପ୍ରଥମେ କରୋନା ଭାଇରସ ଠାବ ହୋଇଥିଲା। ଗବେଷକମାନେ ବିଭିନ୍ନ ପଶୁଙ୍କ ଠାରୁ ପ୍ରାୟ ୧ ହଜାର ନମୁନା ନେଇ ପରୀକ୍ଷା କରିଛନ୍ତି। ବଜ୍ରକାପ୍ତା ଦେହରେ ଥିବା ଭାଇରସ ଓ କରୋନା ଭାଇରସରେ ଆକ୍ରାନ୍ତ ରୋଗୀଙ୍କ ମଧ୍ୟରେ ୯୯% ଭାଇରସର ସମାନତା ଲକ୍ଷଣ ଠାବ ହୋଇଛି। ତେଣୁ ଗବେଷକମାନେ ଏବେ ସ୍ଥିର ନିଶ୍ଚିତ ହୋଇଛନ୍ତି ଯେ ବଜ୍ରକାପ୍ତା ଯୋଗୁ ଏହା ମଣିଷ ଦେହକୁ ବ୍ୟାପିଛି। ସୂଚନାଯୋଗ୍ୟ, ଚୀନରେ କରୋନା ଭାଇରସ ମୃତକଙ୍କ ସଂଖ୍ୟା ୭ଶହରୁ ଅଧିକ ଏବଂ ଆକ୍ରାନ୍ତଙ୍କ ସଂଖ୍ୟା ୩୧,୫୨୦ରେ ପହଞ୍ଚିଛି । କେବଳ ଗୋଟିଏ ଦିନରେ ଚୀନ୍‌ରେ ୭୩ ଜଣ ପ୍ରାଣ ହରାଇଥିଲାବେଳେ ୩୧୪୩ ଜଣ ଅଧିକ ଆକ୍ରାନ୍ତ ହୋଇଛନ୍ତି। ଚୀନ୍‌ ବ୍ୟତୀତ କରୋନା ଭାଇରସ ଆହୁରି ୨୫ ଟି ଦେଶରେ ବ୍ୟାପିଛି।

Comments are closed.