ଚୋରା ବନ୍ଧୁକ ର୍ୟାକେଟର ପର୍ଦ୍ଧାଫାସ

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠରେ ଚୋରା ବନ୍ଧୁକ ର୍ୟାକେଟ୍ର ପର୍ଦ୍ଧାଫାସ ହୋଇଛି। ଗଣ୍ଡମୁଣ୍ଡାରେ ବିକିବାକୁ ଡିଲ ବେଳେ ର୍ୟାକେଟ୍ର ଧରାପଡ଼ିଛି। ବନ୍ଧୁକ ବିକୁଥିବା ଓ କିଣୁଥିବା ବ୍ୟକ୍ତିଙ୍କୁ କ୍ରାଇମବ୍ରାଞ୍ଚ ଏସଟିଏଫ ଗିରଫ କରିବା ସହ ୩ଟି ବନ୍ଧୁକ ଜବତ କରିଛି। ବନ୍ଧୁକ ବିକୁଥିବା ବ୍ୟକ୍ତି ଜଣକ ଛତିଶଗଡ଼ର ହୋଇଥିବାବେଳେ ସେ ବିହାରରୁ ଆଣି ବନ୍ଧୁକ ବିକୁଥିଲା। ଗୋଟିଏ ବନ୍ଧୁକକୁ ଲକ୍ଷେ ଟଙ୍କାରେ ବିକିବାକୁ ଡିଲ ହେଉଥିଲା। ଗିରଫ ବନ୍ଧୁକ ଚାଲାଣକାରୀ ବେଆଇନ ସଂଗଠନ ସହ ସଂଶ୍ଳିଷ୍ଟ ବୋଲି ସୂଚନା ମିଳିଛି।