Odisha Link
Bridging the Missing Links in Odisha

‘ବାବା ଜ୍ୟାକ୍‌ସନ୍‌’ଙ୍କୁ ଭେଟିଲେ ଟାଇଗର୍

ମୁମ୍ବାଇ : ନିଜର ପ୍ରଭିତାଭ ବଳରେ ରାତାରାତି ଟିକଟସ ଷ୍ଟାର ବନିଯାଇଥିଲେ ଯୁବରାଜ ସିଂହ। ସେ ନିଜ ଡ୍ୟାନ୍ସିଂ ଷ୍ଟାଇଲ୍‌ରେ ସମସ୍ତଙ୍କୁ ଦିୱାନା ବନାଇ ଦେଇଛନ୍ତି। ସେ ପପ୍‌ଷ୍ଟାର୍‌ ମାଇକେଲ୍‌ ଜ୍ୟାକ୍‌ସନ୍‌ଙ୍କ ପରି ଡ୍ୟାନ୍ସ କରନ୍ତି।

ଯୁବରାଜଙ୍କୁ ଟିକ୍‌ଟକ୍‌ରେ ୧୦ ଲକ୍ଷରୁ ଅଧିକ ଲୋକ ଫଲୋ କରିସାରିଲେଣି । ଖାଲି ସେତିକି ନୁହେଁ ସାଧାରଣ ଲୋକଙ୍କ ବ୍ୟତିତ ତାଙ୍କୁ ବଲିଉଡ ଅଭିନେତା ଅମିତାଭ ବଚ୍ଚନ ଓ ହ୍ରିତିକ୍ ରୋଶନ୍‌ଙ୍କ ଭଳି ଅନେକ ବଲିଉଡ୍‌ ଅଭିନେତା ଫଲୋ କରିଛନ୍ତି ।

https://www.instagram.com/p/B8RgzMJD7Wi/?utm_source=ig_embed

ଯୁବରାଜଙ୍କୁ ଲୋକେ ‘ବାବା ଜ୍ୟାକ୍‌ସନ୍‌’ ଡାକନ୍ତି। ତାଙ୍କର ଅନେକ ଡ୍ୟାନ୍ସର ଭିଡିଓ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହୋଇଥିଲା । ସେ ତାଙ୍କର ଇନ୍‌ଷ୍ଟାରେ ଅନ୍ୟ ଏକ ଭିଡିଓଟି ଅପଲୋଡ୍‌ କରିଛନ୍ତି ଯାହା ଖୁବ ଭାଇରାଲ୍ ହେଉଛି। ଯୁବରାଜଙ୍କ ସହ ବଲିଉଡ୍‌ ଅଭିନେତା ଟାଇଗର ଶ୍ରଫ୍‌ ଅଛନ୍ତି ।

ଉଭୟ ନାଚୁଥିବାର ଭିଡ଼ିଓଟିରେ ଦେଖିବାକୁ ମିଳିଛି । ହେଲେ ଯୁବରାଜଙ୍କ ସହ ତାଳ ମିଶାଇ ନ ପାରି ଅଟକି ଯାଇଛନ୍ତି ଟାଇଗର ଓ ତାଙ୍କୁ ସଲାମ୍‌ ମଧ୍ୟ କରିଛନ୍ତି। ଟାଇଗରଙ୍କୁ ଭେଟି ଯୁବରାଜ ବହୁତ ଖୁସି ଅଛନ୍ତି ।

କାରଣ ସେ ଟାଇଗର୍‌ଙ୍କୁ ଦେଖି ହିଁ ନୃତ୍ୟ ପ୍ରତି ମନ ବଳାଇ ଥିଲେ। ଟାଇଗରଙ୍କୁ ଦେଖି ସେ ନାଚ ଶିଖିଥିଲେ ଓ ଧୀରେ ଧୀରେ ଏଥିରେ ମାହିର ହୋଇଗଲେ। ତା’ପରେ ସେ ତାଙ୍କ ଡ୍ୟାନ୍ସ ଭିଡିଓଗୁଡ଼ିକୁ ସୋଶାଲ୍ ମିଡିଆରେ ଛାଡ଼ିଲେ ଓ ଷ୍ଟାର୍ ପାଲଟିଗଲେ।

Comments are closed.