Odisha Link
Bridging the Missing Links in Odisha

ହ୍ରାସ ପାଇଲା ପେଟ୍ରୋଲ ଓ ଡିଜେଲ ଦର

ନୂଆଦିଲ୍ଲୀ: କରୋନା ଭାଇରସ୍‌ର ପ୍ରଭାବ ପଡ଼ିଛି ପେଟ୍ରୋଲ ଓ ଡିଜେଲ ଦର ଉପରେ। ଚୀନରେ କରୋନା ଭାଇରସ ଆତଙ୍କ ପରେ ସେଠାରେ ଅଶୋଧିତ ତେଲର ଆବଶ୍ୟକତା କମିଯାଇଛି। ତେଣୁ ଏବେ ପେଟ୍ରୋଲ ଓ ଡିଜେଲର ଦାମ କମିଛି। ଜାନୁଆରୀ ୭ରୁ ଏଯାବତ ୩ ଟଙ୍କା ହ୍ରାସ ପାଇଥିବା ବେଳେ ଡିଜେଲ ଦର ୩.୫୫ ପଇସା ହ୍ରାସ ପାଇଛି। ଆଗକୁ ମଧ୍ୟ ଦର କମିବ ବୋଲି ଆକଳନ କରାଯାଉଛି।ସୂଚନାଯୋଗ୍ୟ, ଚୀନ ଅଶୋଧିତ ତେଲ ଆମଦାନୀ କରିବାରେ ବୃହତ ରାଷ୍ଟ୍ର ମଧ୍ୟରୁ ଅନ୍ୟତମ।

ଆଜି ଦିଲ୍ଲୀରେ ପେଟ୍ରୋଲ ଦର ୧୩ ପଇସା ହ୍ରାସ ପାଇ ଲିଟର ପିଛା ୭ ୨.୧୦ ପଇସା ହୋଇଛି। ଏଥିସହ ଡିଜେଲର ଦର ୦.୧୬ ପଇସା କମି ଲିଟର ପିଛା ୬୫.୦୭ ପଇସା ହୋଇଛି। ମୁମ୍ବାଇରେ ପେଟ୍ରୋଲ ଦର ଲିଟର ପିଛା ୭୭.୭୬ ଟଙ୍କା ଓ ଡିଜେଲ୍‌ ୬୮.୧୯ ଟଙ୍କା ରହିଛି। ବେଙ୍ଗାଲୁରୁରେ ଲିଟର ପିଛା ପେଟ୍ରୋଲ ଦର ୭୪.୫୫ଟଙ୍କା ଓ ଡିଜେଲ ୬୭.୨୮ ଟଙ୍କା। ଚେନ୍ନାଇରେ ପେଟ୍ରୋଲ ଦର ଲିଟର ପିଛା ୭୪.୯୦ ଟଙ୍କା ଓ ଡିଜେଲ୍‌ ୬୮.୭୨ ଟଙ୍କା ରହିଛି।

Comments are closed.