Odisha Link
Bridging the Missing Links in Odisha

ଶାହୀନବାଗ୍ ଆନ୍ଦୋଳନକାରୀ ରାସ୍ତାବନ୍ଦ କରିପାରିବେ ନାହିଁ : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସିଏଏ ଏବଂ ଏନଆରସି ମାମଲାରେ ଦିଲ୍ଲୀର ଶାହୀନବାଗ ଚାଲିଥିବା ଆନ୍ଦୋଳନ ଉପରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ଏହି ମାମଲାରେ ସୁପ୍ରିମ୍‌ କୋର୍ଟ କହିଛନ୍ତି ଯେ, ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନକାରୀ ରାସ୍ତା ବନ୍ଦ କରିପାରିବେ ନାହିଁ। ହେଲେ ଆନ୍ଦୋଳନକାରୀଙ୍କୁ ହଟାଇବା ପାଇଁ ସୁପ୍ରିମକୋର୍ଟ କୌଣସି ନିର୍ଦ୍ଦେଶ ଦେଇନାହାନ୍ତି। ଆସନ୍ତା ଫେବୃଆରୀ ୧୭ ତାରଖରେ ମାମଲାର ପରବର୍ତ୍ତୀ ଶୁଣାଣି ସ୍ଥିର କରି ବିଚାରପତି ସଞ୍ଜୟ କିଷନ କୌଲ କହିଲେ, ଯଦି ଆପଣ ୫୦ ଦିନ ଅପେକ୍ଷା କରି ପାରିଲେ ଆଉ ଗୋଟାଏ ସପ୍ତାହ ମଧ୍ୟ ଅପେକ୍ଷା କରି ପାରିବେ।

ପୁଲିସ ଏବଂ ସରକାରଙ୍କୁ ପକ୍ଷ ରଖିବାକୁ ସୁପ୍ରିମକୋର୍ଟଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ସେମାନେ ପକ୍ଷ ରଖି ସାରିଲେ ଏହି ଆବେଦନର ରାୟ ଶୁଣାଣି ହେବ ବୋଲି କୋର୍ଟ କହିଛନ୍ତି। ଶାହୀନବାଗରେ ଆନ୍ଦୋଳନ ବେଳେ ଜଣେ ଛୋଟ ଛୁଆର ମୃତ୍ୟୁ ଘଟିଥିଲା। ଏହାକୁ ନେଇ ସୁପ୍ରିମକୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି।

Comments are closed.