Odisha Link
Bridging the Missing Links in Odisha

ଭୁବନେଶ୍ବରରେ ଯୁବତୀଙ୍କୁ ଗୁଳିମାଡ଼

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଜଣେ ଯୁବତୀଙ୍କୁ ଗୁଳି ମାଡ଼ ହୋଇଥିବା ଜଣାଯାଇଛି। ଇନଫୋସିଟି ଥାନା ଅଞ୍ଚଳରେ ଏଭଳି କାଣ୍ଡ ଘଟିଛି। ୨ ଜଣ ଦୁର୍ବୃତ୍ତ ସମ୍ପୃକ୍ତ ଯୁବତୀଙ୍କୁ ଗୁଳିମାଡ଼ କରି ଫେରାର ହୋଇଯାଇଥିବା ଜଣାଯାଇଛି। ଯୁବତୀଙ୍କ ଜଙ୍ଘରେ ଗୁଳି ବାଜିଥିବାବେଳେ ତାଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଯୁବତୀଙ୍କ ଜଣକ ଭୁବନେଶ୍ୱରରେ ଏକ ଫ୍ୟାସନ ଡିଜାଇନିଂ ପଢୁଥିବା ସୂଚନା ମିଳିଛି। ତେବେ ଗୁଳିକାଣ୍ଡର କାରଣ ସମ୍ପର୍କରେ କିଛି ଜଣାପଡ଼ିନଥିବାବେଳେ ପୁଲିସ ଘଟଣାର ଛାନଭିନ କରୁଛି।

Comments are closed.