Odisha Link
Bridging the Missing Links in Odisha

କଲ୍‌କୀ କୋଚଲିନ୍‌, ଇନ୍‌ଷ୍ଟାଗ୍ରାମରେ ଛାଡ଼ିଲେ ହୃଦୟ ଛୁଇଁଲା ଭଳି ଫଟୋ

ମୁମ୍ବାଇ :  ବଲିଉଡ ଅଭିନେତ୍ରୀ କଲ୍‌କୀ କୋଚଲିନ୍‌ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି । ସେ ନିଜ ଝିଅର ପାଦ ଛାପର ଫଟୋକୁ ଇନଷ୍ଟାଗ୍ରାମରେ ପୋଷ୍ଟ କରି ତାଙ୍କ ପ୍ରଶଂକଙ୍କୁ ଖୁସିର ଖବର ଦେଇଛନ୍ତି । କଲ୍‌କୀଙ୍କର ଏହି ପୋଷ୍ଟରେ କୋଙ୍କଣା ସେନ୍‌, ରୁଚା ଚଢା, ସୁମିତ୍‌ ବ୍ୟାସ, ଦିୟା ମିର୍ଜା, ଜିତେଶ ପିଲ୍ଲଇ ଓ ଶୋଭିତା ଧୁଲିପଲାଙ୍କ ଭଳି ସେଲିବ୍ରିଟି ଶୁଭେଚ୍ଛା ଜଣାଇଛନ୍ତି।

https://www.instagram.com/p/B8WQDTEBoXT/

ପୋଷ୍ଟର କ୍ୟାପ୍‌ସନରେ ସେ ଲେଖିଛନ୍ତି ଯେ ‘ସାପ୍ପୋର ସ୍ୱାଗତ କରନ୍ତୁ। ଜନ୍ମ ୦୭/୦୨/୨୦। ସେ ମୋ ଗର୍ଭାଶୟରେ ୯ ମାସ କାଳ ମୋମୋ ଭଳି ଆବୃତ୍ତ ରହିଥିଲା। ସମସ୍ତ ଶୁଭକାମନା ଏବଂ ସକାରାତ୍ମକ ଶକ୍ତି ପାଇଁ ଧନ୍ୟବାଦ’। ସେ ଏହି ପରିପ୍ରେକ୍ଷୀରେ ସମସ୍ତ ମହିଳାଙ୍କୁ ସମ୍ମାନ ଦେଇଛନ୍ତି, ଯେଉଁମାନେ କି ମା’ ହେବାର ପୂରା ଯାତ୍ରାରେ ସାମିଲ ହୋଇସାରିଛନ୍ତି।

Comments are closed.