ମନ୍ଦିରର ତାଲା ଭାଙ୍ଗି ଅଳଙ୍କାର ଓ ଦାନବାକ୍ସରୁ ଟଙ୍କା ଚୋରି

ବ୍ରହ୍ମଗିରି: ପୁରୀ ଜିଲ୍ଲା ବ୍ରହ୍ମଗିରି ବଟମହାବୀର ମନ୍ଦିରରୁ ଚୋରି ଅଭିଯୋଗ ହୋଇଛି। ମନ୍ଦିର କମିଟି ପକ୍ଷରୁ ଥାନାରେ ଅଭିଯୋଗ। ପୋଲିସ ଘଟଣାର ଛାନ୍ଭିନ୍ ଜାରି ରଖିଛି।
ମିଳିଥିବା ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ବ୍ରହ୍ମଗିରି ବଟମହାବୀର ମନ୍ଦିରରରୁ ତାଲା ଭାଙ୍ଗି ଚୋରି ହୋଇଛି। ମନ୍ଦିରରୁ ତାଲିଭାଙ୍ଗି ରୂପା କିରଟି, ଦାନବାକ୍ସରୁ ଟଙ୍କା ଚୋରି ହୋଇଥିବାର ଅଭିଯୋଗ ହୋଇଛି। ଆଜି ଦିନ ସକାଳ ସମୟରେ ମନ୍ଦିରର ପୂଜକ ପୂଜା କରିବାକୁ ଆସିବା ସମୟରେ ଚୋରି ହୋଇଥିବାର ଦେଖିବାକୁ ପାଇଥିଲେ। ଚୋରି ଖବର ନେଇ ମନ୍ଦିର କମିଟି ପକ୍ଷରୁ ବ୍ରହ୍ମଗିରି ଥାନାରେ ଅଭିଯୋଗ କରାଯାଇଛି।