Odisha Link
Bridging the Missing Links in Odisha

ରାଜ୍ୟରେ ଚାଲିଛି କ୍ୟୁ ନେଟ୍‌ ଠକେଇ, ସାବଧାନ ରୁହନ୍ତୁ

ଭୁବନେଶ୍ୱର: ଯଦି ଅପାଣ କ୍ୟୁ-ନେଟ୍‌ ସଂସ୍ଥାରେ ଅର୍ଥ ବିନିଯୋଗ କରୁଛନ୍ତି ତାହାଲେ ସାବଧାନ ହେଇ ଯାଆନ୍ତୁ କାରଣ ଆପଣଙ୍କ କଷ୍ଟ ଉପାର୍ଜିତ ଧନ ସବୁ ପାଣିରେ ପଡ଼ିବ। ଏହା ଏକ ଠକ ସଂସ୍ଥା। ଏମିତି ସତର୍କବାଣୀ ଦେଇଛି କ୍ରାଇମ୍‌ବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ)। ଲୋକ ସଚେତନତା ଲାଗି ଏକ ଆଡଭାଇଜରି ଜାରି କରିଛି।
ଇଓଡବ୍ଲୁ କୁହାଯାଇଛି, ହଙ୍ଗକଙ୍ଗ୍‌ର କ୍ୟୁ-ଟେନ୍‌ ନାମକ ସଂସ୍ଥା ବିଭିନ୍ନ ଦେଶରେ ଶାଖା ଖୋଲି ଲୋକଙ୍କୁ ଲୁଟୁଛି। ଆମ ଦେଶରେ ମେସର୍ସ ବିହାନ ଡାଇରେକ୍ଟ୍‌ ସେଲିଂ (ଇଣ୍ଡିଆ) ମାଧ୍ୟମରେ ଲୋକଙ୍କୁ ଠକୁଛି। ଏହି ସଂସ୍ଥା ଚେନ୍‌ ମାର୍କେଟିଂରେ କାମ କରୁଛି। ଲୋକଙ୍କ ବିଶ୍ୱାସ ଜନ୍ମାଇବା ପାଇଁ ବଡ଼ ବଡ଼ ହୋଟେଲ୍‌, ସିସିଡି ଭଳି ସ୍ଥାନରେ ବୈଠକ କରୁଛି। ସେଠାରେ ଲୋକଙ୍କୁ ଜଣାଉଛି ଏହା ହେଉଛି ଏକ ବଡ଼ ସଂସ୍ଥା। ଏଥିରେ ଟଙ୍କା ଲଗାଇଲେ କେବେ ବୁଡିବ ନାହିଁ । କମ୍‌ ଦିନରେ ଅର୍ଥ ଦୁଇ ଗୁଣା ହେବ। ହେଲେ ଏବେ ଜଣା ପଡ଼ିଛି ଏହା ହେଉଛି ଏକ ଠକ ସଂସ୍ଥା । ଲୋକଙ୍କୁ ଆକୃଷ୍ଟ କରିବା କରି ସେମାନଙ୍କୁ ଲୁଟିବାକୁ ସଂସ୍ଥା ବେଳେବେଳେ କିଛି ନିବେଶକାରୀଙ୍କୁ ବିଦେଶ ବୁଲାଇ ନେଉଛି। ଚିଟ୍‌ଫଣ୍ଡ ସଂସ୍ଥା ଭଳି କାମ କରୁଛି ଏହି ସଂସ୍ଥା। ଏଥିରେ କୌଣସି ଅର୍ଥ ବିନିଯୋଗ ନ କରିବା ପାଇଁ କ୍ରାଇମ୍‌ବ୍ରାଞ୍ଚ ଆଡଭାଇଜରିରେ ଜଣାଇଛି।

Comments are closed.