Odisha Link
Bridging the Missing Links in Odisha

ଶପଥ ଉତ୍ସବକୁ ପ୍ରଧାନମନ୍ତ୍ରୀଙ୍କୁ ଡାକିଲେ କେଜ୍ରିୱାଲ

ନୂଆଦିଲ୍ଲୀ: ଲାଗତାର ତୃତୀୟ ଥର ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ହେବ ଆପ୍‌ ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲ। ତୃତୀୟ ଥର ପାଇଁ ଆସନ୍ତା ୧୬ ତାରିଖରେ ସରକାର ଗଠନ କରିବ ଆମ୍‌ ଆଦମୀ ପାର୍ଟି। ୧୬ ତାରିଖରେ ଆପ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀର ରାମଲୀଲା ମଇଦାନରେ ପଦ ଓ ଗୋପନୀୟତାର ଶପଥ ପାଠ କରିବେ।

ଏଥିପାଇଁ ଗତକାଲି ଆପ ଦିଲ୍ଲୀବାସୀଙ୍କୁ ନିମନ୍ତ୍ରଣ କରିଥିଲା। ହେଲେ ଆଜି କେଜ୍ରିୱାଲ ନିଜର ଶପଥ ପାଠ ଉତ୍ସବକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିମନ୍ତ୍ରଣ କରିଛନ୍ତି। ୨୦୧୫ରେ ମଧ୍ୟ କେଜ୍ରିୱାଲ ଶପଥ ଉତ୍ସବ ପାଇଁ ମୋଦିଙ୍କୁ ନିମନ୍ତ୍ରଣ କରିଥିଲେ। ହେଲେ ସେ ଉତ୍ସବକୁ ଆସି ନଥିଲେ।

ଦିଲ୍ଲୀର ୭୯ଟି ବିଧାନସଭା ଆସନରୁ କେଜ୍ରିୱାଲଙ୍କ ଦଳ ଏକାକୀ ୬୨ଟିରେ ବାଜିମାତ କରିଛି। ବିଜେପି ୮ଟିରେ ଜିତିଥିବା ବେଳେ କଂଗ୍ରେସ ଖାତା ଖୋଲିବାକୁ ସକ୍ଷମ ହୋଇ ନଥିଲା।

Comments are closed.