Odisha Link
Bridging the Missing Links in Odisha

‘ମଲଙ୍ଗ’ ସିନେମା ଦେଖି ରାଗିଗଲେ ଗୋଆ ମୁଖ୍ୟମନ୍ତ୍ରୀ ; କହିଲେ…

ମୁମ୍ବାଇ : ଆଦିତ୍ୟ ରାୟ କପୁର ଓ ଦିଶା ପଟାନୀଙ୍କ ସିନେମା ମଲଙ୍ଗ ଗତ ଶୁକ୍ରବାର ସିନେପରଦାକୁ ଆସି ସାରିଛି । ସିନେମାଟି ଗୋଆର ପାର୍ଟି କଲଚର୍‌ ଓ ରେବ୍‌ ପାର୍ଟିକୁ ଦେଖାଇବାକୁ ଚେଷ୍ଟା କରାଯାଇଛି । ବର୍ତ୍ତମାନ ସିନେମାଟି ପାଖାପାଖି ୪୦ କୋଟି ଆୟ କରିସାରିଛି। ତେବେ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ସିନେମାଟିକୁ ଦେଖିବା ପରେ ଆପତ୍ତି ଉଠାଇଛନ୍ତି । ସେ କହିଛନ୍ତି ରାଜ୍ୟର ଛବି ଖରାପ କରାଯାଇଛି ।

ମୁଖ୍ୟମନ୍ତ୍ରୀ ଶ୍ରୀ ସାୱନ୍ତ କହିଛନ୍ତି ଯେ ଗୋଆରେ ଭଲ ଆଇନ୍‌ ବ୍ୟବସ୍ଥା ରହିଛି। ତଥାପି ଗୋଆର ଚିତ୍ରକୁ ସିନେମାରେ ଏପରି କାହିଁକି ଦେଖାଯାଇଛି, ଯେପରି ଏହା ଏକ ଡ୍ରଗ୍ସ ଷ୍ଟେଟ୍‌। ‘ଏଣ୍ଟରଟେନ୍‌ମେଣ୍ଟ୍‌ ସୋସାଇଟି ଅଫ୍‌ ଗୋଆ’ ଏବେ ସବୁ ସିନେମାକୁ ରିଭ୍ୟୁ କରିବ ।

ସେ ଆହୁରି କହିଛନ୍ତି, “ଆଗକୁ ଗୋଆକୁ ନେଇ ସିନେମା ତିଆରି ପାଇଁ ଅନୁମତି ଦେବା ପୂର୍ବରୁ ‘ଏଣ୍ଟରଟେନମେଣ୍ଟ ସୋସାଇଟି ଅଫ୍‌ ଗୋଆ’ କାହାଣୀ ଗୁଡ଼ିକର ସମୀକ୍ଷା କରିବ। ଯଦି ସେଥିରେ ଗୋଆର ଛବି ଖରାପ ହେବା ଭଳି କିଛି ନଥିବ, ତା’ହେଲେ ସିନେମା କରିବା ପାଇଁ ଅନୁମତି ଦିଆଯିବ।”

Comments are closed.