Odisha Link
Bridging the Missing Links in Odisha

ଏକାଠି ନଜର ଆସି ପାରନ୍ତି ସଲମାନ ଓ ଲରିସା !

ମୁମ୍ବାଇ : ବଲିଉଡର କିଙ୍ଗ ଖାଁ ସଲମାନ ଖାଁଙ୍କ ସହିତ ଏଅନେକ ଅଭିନେତ୍ରୀ ସିନେମା କରିବା ପାଇଁ ଚାହିଁ ରହିଥାନ୍ତି । ସଲମାନଙ୍କ ଏକ ଫଟୋ ସୋସିଆସ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିିଛି । ଏହି ଫଟୋଟିକୁ ଦକ୍ଷିଣୀ ଅଭିନେତ୍ରୀ ଲରିସା ବୋନେସି ସେଆର କରିଛନ୍ତି । ଏବଂ ଫଟୋର କ୍ୟାପ୍‌ସନ୍‌ରେ ସେ ସଲ୍‌ମାନ୍‌ଙ୍କୁ ବହୁତ ପ୍ରଶଂସା କରିଛନ୍ତି।

https://www.instagram.com/p/B8bp2mZg7eS/

ଫଟୋଟିକୁ ତାଙ୍କ ଇନ୍‌ଷ୍ଟାଗ୍ରାମ୍ ପେଜ୍‌ରେ ଶେଆର୍ କରି ଲରିସା ଲେଖିଛନ୍ତି ଯେ ସଲମାନଙ୍କ କାମ ଓ ଚରିତ୍ରରୁ ବହୁତ କିଛି ଶିଖିବାର ଅଛି । ତାଙ୍କ ସହିତ ଯୋଡ଼ି ହୋଇ ସେ ନିଜକୁ ଭାଗ୍ୟଶାଳୀ ମଧ୍ୟ ମନେ କରୁଛନ୍ତି । ଏହା ସହିତ ସେ ଖୁବ୍‌ଶୀଘ୍ର ଆସୁଛି ବୋଲି ମଧ୍ୟ ଲେଖିଛନ୍ତି। ତେଣୁ ଆଶା କରାଯାଉଛି ସଲ୍‌ମାନ୍ ତାଙ୍କୁ ନେଇ କିଛି ଗୋଟେ ଯୋଜନା କରୁଛନ୍ତି ।

ଲରିସା ଟାଇଗର୍ ଶ୍ରଫ୍‌ ଓ ସୂରଜ ପାଞ୍ଚୋଲିଙ୍କ ଭଳି ଅଭିନେତାଙ୍କ ସହିତ ସେ କିଛି ମ୍ୟୁଜିକ୍ ଭିଡିଓରେ ମଧ୍ୟ କାମ କରିଛନ୍ତି। ସେ ଦକ୍ଷିଣ ଭାରତୀୟ ଫିଲ୍ମ ‘ନେକ୍ସଟ୍‌ ଏନି’ ଓ ‘ଥିକ୍କା’ ଭଳି ସିନେମାରେ କାମ କରିଛନ୍ତି ।

ସୈଫ୍ ଅଲି ଖାନ୍‌ଙ୍କ ସିନେମା ‘ଗୋ ଗୋଆ ଗନ୍‌’ ସେ ଜଣେ ସହ-ଅଭିନେତ୍ରୀ ଭାବେ ଅଭିନୟ କରିଥିଲେ।  ସିନେମା ‘ଦେଶୀ ବୟେଜ୍‌’ ମାଧ୍ୟମରେ ବଲିଉଡ୍‌ରେ ଏଣ୍ଟ୍ରି କରିଥିଲେ ଲରିସା ।

Comments are closed.