Odisha Link
Bridging the Missing Links in Odisha

ବଲାଙ୍ଗିରରେ କିସ୍ ଶାଖା, କାଲି ଉଦଘାଟନ

ବଲାଙ୍ଗିର: ଆସନ୍ତା କାଲି ଉଦ୍‌ଘାଟିତ ହେବ ବଲାଙ୍ଗିରରେ କିସ୍‌ର ଦ୍ବିତୀୟ ଶାଖା। ପୃଥିବୀର ପ୍ରଥମ ସମ୍ପୂର୍ଣ୍ଣ ଆବାସିକ ଏବଂ ସମ୍ପୂର୍ଣ୍ଣ ନିଶୁଳ୍କ କିସ୍ ଆଦିବାସୀ ବିଶ୍ୱ ବିଦ୍ୟାଳୟ କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ୍ ସୋସିଏଲ ସାଇନ୍ସ (କିସ) ବଲାଙ୍ଗିର ଶାଖା ଗତକାଲି ଉଦ୍‌ଘାଟିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ୍ ସୋସିଏଲ ସାଇନ୍ସ (କିସ)ର ଏହି ଶାଖାକୁ ଉଦଘାଟନ କରିବେ। ଏହା ସହ ୫୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ମଧ୍ୟ ଉଦଘାଟନ କରିବାର ଯୋଜନା ରହିଛି। ୫୦ ହଜାରରୁ ଉର୍ଦ୍ଧ୍ୱ ଆଦିବାସୀ ଏହି ଉଦଘାଟନୀ ମହୋତ୍ସବରେ ଯୋଗ ଦେବେ।

କିସ୍ ଭୁବନେଶ୍ୱର ଭଳିଆ ବଲାଙ୍ଗିର କିସରେ ମଧ୍ୟ ସମ୍ପୂର୍ଣ୍ଣ ନିଶୁଳ୍କ ଓ ସମ୍ପୁର୍ଣ୍ଣ ଆବାସିକ ବ୍ୟବସ୍ଥା ମଳିବ। ଆଦିବାସୀ ମାନଙ୍କୁ ଦେଶର ମୁଖ୍ୟ ସ୍ରୋତରେ ସାମିଲ କରି ଶିକ୍ଷା, ସ୍ୱାସ୍ଥ୍ୟ, ସାମାଜିକ, ଅର୍ଥନୈତିକ, ଭାଷା, ସଂସ୍କୃତି, କ୍ରୀଡା, ବିକାଶ ପାଇଁ କିସ ଓ କିଟ୍‌ ର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ସର୍ବଦା କାର୍ଯ୍ୟରତ। କିସ ଶିକ୍ଷା ଅନୁଷ୍ଠାନ ଆଦିବାସୀ ମାନଙ୍କୁ ମାଗଣା ଉଚ୍ଚଶିକ୍ଷା, ଗୁଣାତ୍ମକ ଶିକ୍ଷା, ବୃତିଗତ ଶିକ୍ଷା, ଧନ୍ଦାମୂଳକ ଶିକ୍ଷା ନିଶୁଳ୍କ ପ୍ରଦାନ କରୁଛି। ଆଦିବାସୀ ମାନଙ୍କ ଉନ୍ନତି ପାଇଁ ବଲାଙ୍ଗିର କିସ ବହୁତ ଗୁରୁତ୍ୱପୂର୍ଣ୍ଣ।

Comments are closed.