Odisha Link
Bridging the Missing Links in Odisha

୭୩ ବର୍ଷିୟ ଭିକାରୀ ମନ୍ଦିରକୁ ଦାନ କଲେ ୮ଲକ୍ଷ ଟଙ୍କା

ବିଜୟଓ୍ବାଡ଼ା: ମନ୍ଦିରକୁ ୮ଲକ୍ଷ ଦାନ କରି ଚର୍ଚ୍ଚାରେ ଭିକାରୀ। ଏଭଳି ଖବର ଆସିଛି ଆନ୍ଧ୍ର ପ୍ରଦେଶର ବିଜୟଓ୍ବାଡା ଅଞ୍ଚଳରୁ। ବିଜୟଓ୍ବାଡାର ଏକ ସାଇ ମନ୍ଦିର ପ୍ରବେଶ ଦ୍ବାରରେ ଭିକ୍ଷା ମାଗୁଥିଲେ ୭୩ ବର୍ଷିୟ ଭିକାରୀ ୟାଦି ରେଡ୍ଡି। ସେ ସାଇ ମନ୍ଦିରକୁ ୮ଲକ୍ଷ ଟଙ୍କା ଦାନ କରିଛନ୍ତି। ଏହି ୮ଲକ୍ଷ ଟଙ୍କା ବୃଦ୍ଧ ଜଣକ ୭ବର୍ଷରେ ଭିକ୍ଷାବୃତ୍ତି କରି ଏକାଠି କରିଛନ୍ତି। ବୃଦ୍ଧା ଜଣକ ପ୍ରାୟ ୪୦ ବର୍ଷ ପର୍ଯ୍ୟନ୍ତ ରିକ୍ସା ଚଳାଉଥିଲେ। ହେଲେ ଶାରୀରିକ ଅସୁସ୍ଥତା ହେତୁ ଭିକ୍ଷାବୃତ୍ତିକୁ ଆଦରି ନେଇଥିଲେ ବୃଦ୍ଧା।

ବୃଦ୍ଧା ରେଡ୍ଡି କହିଛନ୍ତି ଯେ, ୪୦ ବର୍ଷ ପର୍ଯ୍ୟନ୍ତ ରିକ୍ସା ଚଲାଉଥିଲେ। ପ୍ରଥମେ ସାଇ ବାବା ମନ୍ଦିରର ଅଧିକାରୀଙ୍କୁ ୧ଲକ୍ଷ ଟଙ୍କା ଦାନ କରିଥିଲି ବୋଲି କହିଛନ୍ତି ବୃଦ୍ଧା। ଯେବେଠୁ ମନ୍ଦିରେ ଦାନ ଦେବା ଆରମ୍ଭ କଲି ସେବେଠୁ ମୋ ବେପାର ବୃଦ୍ଧି ପାଇଲା। ପରେ ପରେ ଦାନ ଦେବା ହେତୁ ସମସ୍ତେ ମୋତେ ଚିହ୍ନିଲେ। ଧିରେ ଧିରେ ମୋ ଆୟରେ ବୃଦ୍ଧି ପାଇଲା ଏବଂ ଭଗବାନଙ୍କ ପାଖେ ଶପଥ କରିଛି ଯେ, ଯାହା ବି ରୋଜଗାର କରିବି ସବୁ ରାଶି ଭଗବାନଙ୍କୁ ଦାନ କରିବି ବୋଲି କହିଛନ୍ତି ବୃଦ୍ଧା ଜଣକ।

Comments are closed.