Odisha Link
Bridging the Missing Links in Odisha

୩ ବର୍ଷ ଛୁଆକୁ ୫୩ ବର୍ଷର ରିପୋର୍ଟ!

ବଲାଙ୍କିର: ୩ ବର୍ଷ ଛୁଆକୁ ମିଳିଛି ୫୩ ବର୍ଷର ରିପୋର୍ଟ। ଅସୁସ୍ଥ ଥିବା ଶିଶୁ କନ୍ୟାଙ୍କୁ ଜଣେ ୫୩ ବର୍ଷର ବ୍ୟକ୍ତିଙ୍କ ରିପୋର୍ଟ କାର୍ଡ ଦିଆଯାଇଛି। ଏଭଳି ଖାମଖିଆଲିର ଚରମ ଚିତ୍ର ଦେଖିବାକୁ ମିଳିଛି ଭୀମଭୋଇ ମେଡିକାଲ କଲେଜରେ। ଥଣ୍ଡା ପାଇଁ ଅସୁସ୍ଥ ଥିବା ଚିମିନି ଭାଟିପଡାର ଶିଶୁ କନ୍ୟାର କାଲି ଟେଷ୍ଟ କରାଯାଇଥିଲା। ରକ୍ତ ଓ ମୂତ୍ର ପରୀକ୍ଷା ପରେ ଟେଷ୍ଟ ରିପୋର୍ଟ ଦେଇଥିଲେ ମେଡିକାଲ କର୍ତ୍ତୃପକ୍ଷ। ଏହି ସହ ରିପୋର୍ଟ କାର୍ଡ ମୁତାବକ ତାକ୍ତର ମଧ୍ୟ ଔଷଧ ଦେଇଥିବା ଦେଇଥିଲେ। ଘରେ ଯାଇ ରିପୋର୍ଟ କାର୍ଡ ଦେଖିଲା ପରେ ରିପୋର୍ଟ ବଦଳିଥିବା ନେଇ ଜାଣିପାରିଲେ ଶିଶୁ କନ୍ୟାଙ୍କ ପରିବାର ଲୋକ। ରିପୋର୍ଟ କାର୍ଡ ବଦଳିବା ନେଇ ମେଡିକାଲ ଅଧୀକ୍ଷଙ୍କ ନିକଟରେ ଅଭିଯୋଗ କରାଯାଇଥିବା ବେଳେ ଭୁଲ୍‌ ରିପୋର୍ଟ କାର୍ଡ ମୁତାବକ ତାକ୍ତର କେମିତି ଔଷଧ ଦେଇଥିଲେ ସେ ବାବଦରେ ଅଭିଯୋଗ କରାଯାଇଛି।

Comments are closed.