Odisha Link
Bridging the Missing Links in Odisha

ସମୟ ପୂର୍ବରୁ ରିଲିଜ୍‌ ହୋଇପାରେ’ସୂର୍ଯ୍ୟବଂଶୀ’ ସିନେମା!

ମୁମ୍ବାଇ : ବଲିଉଡ ସିନେମା ନିର୍ମାତା ରୋହିତ ଶେଟ୍ଟୀ ଓ କରଣ ଜୋହର୍‌ଙ୍କ ସିନେମା ‘ସୂର୍ଯ୍ୟବଂଶୀ’ ସମୟ ପୂର୍ବରୁ ରିଲିଜ୍‌ ହୋଇପାରେ । ସିନେମାଟି ମାର୍ଚ୍ଚ ୨୭ରେ ରିଲିଜ୍‌ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ନିର୍ଦ୍ଦେଶକ ରୋହିତ୍‌ ପୁଲିସ୍ ସିରିଜ୍‌ର ଚତୁର୍ଥ ସିନେମା ।

ଏହା ପୂର୍ବରୁ ‘ସିଂହମ୍‌’ ଓ ‘ସିଂହମ୍ ରିଟର୍ନସ୍’ରେ ଅଜୟ ଦେବ୍‌ଗନ ଓ ତୃତୀୟ ସିନେମା ‘ସିମ୍ବା’ରେ ରଣବୀର ସିଂହ ଅଭିନୟ କରିଥିଲେ । ତେବେ ସିନେମା ‘ସୂର୍ଯ୍ୟବଂଶୀ’ ରେ ଆକ୍ସନ ହିରୋ ଅକ୍ଷୟ ମୁଖ୍ୟ ଚରିତ୍ରରେ ନଜର ଆସୁଛନ୍ତି ।

https://www.instagram.com/p/B3bZrdyHdrZ/

ସିନେମାଟି ପ୍ରଥମେ ୨୦୨୦ ଇଦ୍‌ରେ ରିଲଜ୍ ହେବାର ଥିଲା କିନ୍ତୁ ଇଦ୍‌ରେ ପ୍ରତିବର୍ଷ ସଲ୍‌ମାନଙ୍କ ସିନେମା ରିଲିଜ୍‌ ହୁଏ ତେଣୁ ତାଙ୍କ ତେବେ ବର୍ତ୍ତମାନ ଖବର ମିଳିଛି ଯେ ‘ସୂର୍ଯ୍ୟବଂଶୀ’କୁ ମାର୍ଚ୍ଚ ୨୫ରେ ରିଲିଜ୍‌ କରାଯାଇପାରେ । କାରଣ ସେଦିନ ‘ଗୁଡ଼ି ପଡ଼ୱା’ ପର୍ବର ଲାଭ ମିଳିପାରିବ ଓ ଫିଲ୍ମକୁ ୫ ଦିନର ଏକ ଲମ୍ବା ୱିକେଣ୍ଡ ବି ମିଳିଯିବ ।

ଏଥିସହ ଫିଲ୍ମ ’83’ ରିଲିଜ୍‌ ପୂର୍ବରୁ ସିନେମାକୁ ଆୟ କରିବାକୁ ପର୍ଯ୍ୟାପ୍ତ ସମୟ ମଧ୍ୟ ମିଳିଯିବ । ସିନେମା ’83’ ଏପ୍ରିଲ୍ ୧୦ରେ ରିଲିଜ୍ ହେବ।ସିନେମା ସହ ଟକ୍କର୍‌ରୁ ବଞ୍ଚିବା ପାଇଁ ନିର୍ମାତା ଏହାକୁ ମାର୍ଚ୍ଚ ୨୭ରେ ରିଲିଜ୍‌ କରିବାକୁ ନିଷ୍ପତ୍ତି ନେଇଥିଲେ ।  ସିନେମାରେ ଅଭିନେତା ଅକ୍ଷୟଙ୍କ ସହ କ୍ୟାଟ୍ରିନା ନଜର ଆସୁଛନ୍ତି । ପ୍ରାୟ ୯ ବର୍ଷ ପରେ ଦର୍ଶକ ଦୁହିଁଙ୍କୁ ପୁଣି ଏକାଠି ପରଦାରେ ଦେଖାବାକୁ ପାଇବେ ।

Comments are closed.