ପ୍ରିୟଙ୍କା ଚୋପ୍ରାଙ୍କୁ ଲିଗାଲ ନୋଟିସ୍ ପଠାଇ ଚର୍ଚ୍ଚାରେ ଆନନ୍ଦ ଶିଲା

ମୁମ୍ବାଇ : ସୋସିଆଲ ମିଡିଆରେ ଚର୍ଚ୍ଚାରେ ଅଛନ୍ତି ଆନନ୍ଦ ଶିଲା । ସେ ହେଉଛନ୍ତି Indian Guru Rajneesh ର ଟ୍ରଷ୍ଟି । ଖୁବ ଶୀଘ୍ର ତାଙ୍କ ଜୀବନୀ ଉପରେ ସିନେମା ହେବାକୁ ଯାଉଛି । ପ୍ରିୟଙ୍କା ଚୋପ୍ରା ତାଙ୍କ ଉପରେ ବାୟୋପିକ୍ ବନାଇବା ଏବଂ ତାହାକୁ ପ୍ରଡ୍ୟୁସ୍ କରିବାକୁ ନେଇ ଚର୍ଚ୍ଚାରେ ଥିଲେ । ହେଲେ ଆନନ୍ଦ ଶିଲା ପ୍ରିୟଙ୍କାଙ୍କୁ ଲିଗାଲ ନୋଟିସ୍ ପଠାଇ କହିଛନ୍ତି କି ; ସେ ଚାହୁଁଛନ୍ତି ଯଦି ତାଙ୍କ ଜୀବନୀ ଉପରେ ସିନେମା ତିଆରି ହୁଏ, ତେବେ ତାଙ୍କ ଭୂମିକା ଆଲିଆ ଭଟ୍ଟ ହିଁ କରନ୍ତୁ, ପ୍ରିୟଙ୍କା ନୁହେଁ । ପୂରା ମାମଲାରେ ଏବେ ପ୍ରିୟଙ୍କାଙ୍କ ତରଫରୁ କୌଣସି କମେଣ୍ଟ ଆସିନି ।
ସେପଟେ ଆଲିଆ ଭଟ୍ଟ କହିଛନ୍ତି, ‘ଯଦି ଆନନ୍ଦ ଶିଲାଙ୍କୁ ଲାଗୁଥାଏ କି ମୁଁ ତାଙ୍କ ଭୂମିକା ପ୍ଲେ କରିପାରିବି, ତା’ହେଲେ ମୁଁ ନିଜକୁ ସମ୍ମାନିତ ଏବଂ କୃତଜ୍ଞ ଅନୁଭବ କରୁଛି। ଆଶା କରୁଛି, ଯଦି ସେହି ପାର୍ଟ ତିଆରି ହୁଏ, ତାହାକୁ ନିଭେଇବାକୁ ମୁଁ ପସନ୍ଦ କରିବି’।
ଶିଲା ଏକ ଇଣ୍ଟରଭ୍ୟୁରେ କହିଥିଲେ କି ତାଙ୍କର ଭଉଣୀ ଲାଗେ, ସେ ଆଲିଆଙ୍କ ଭଳି ଦେଖାଯାଉଛନ୍ତି । ଆଲିଆଙ୍କ ଭିତରେ ସେହି ସାହସ ଅଛି, ଯାହା ତାଙ୍କ ଭିତରେ ଥିଲା। ଶିଲାଙ୍କ ମତରେ, ଏହା ନ୍ୟାଚୁରାଲ ହୋଇଥାଏ, ଆର୍ଟିଫିସିଆଲ୍ ନୁହେଁ।