Odisha Link
Bridging the Missing Links in Odisha

ବୁଲା ଷଣ୍ଢ ଓ କୁକୁରଙ୍କ ପାଇଁ ବାର୍ଷିକ ଖର୍ଚ୍ଚ ୧୨ ଲକ୍ଷ ୬ହଜାର ୨ଶହ ଟଙ୍କା

ଭୁବନେଶ୍ବର: ବୁଲା ଷଣ୍ଢ ଓ ବୁଲା କୁକୁରଙ୍କ କବଳରୁ ରକ୍ଷା ପାଇଁ ବାର୍ଷିକ ୧୨ ଲକ୍ଷ ୬ହଜାର ୨ଶହ ଟଙ୍କା ଖର୍ଚ୍ଚ କରୁଛନ୍ତି ରାଜ୍ୟ ସରକାର। ବୁଲା ଷଣ୍ଢ ଓ କୁକୁରଙ୍କ ପାଇଁ ରାଜ୍ୟ ସରକାର କେତେ ଟଙ୍କା ଖର୍ଚ୍ଚ କରୁଛନ୍ତି ବୋଲି ପ୍ରଶ୍ନ କରିଥିଲେ କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ୍।

ମହମ୍ମଦ ମୋକିମ୍‌ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ପ୍ରଶ୍ନ କରିଥିଲେ ଯେ, କଟକବାସୀଙ୍କ ଜୀବନଯାପନକୁ ମଶା, କୁକୁର ଓ ବୁଲା ଷଣ୍ଢମାନେ ଏକ ପ୍ରକାର ଡରେଇକି ରଖିଛନ୍ତି। ପ୍ରତ୍ୟେକ ମୁହୁର୍ତ୍ତରେ ସହରବାସୀ ତାଙ୍କର ଜୀବନକୁ ସୁରକ୍ଷତି ମଣୁନାହାନ୍ତିଁ। ଏଥରୁ ରକ୍ଷା ପାଇବା ପାଇଁ ସରକାର କି ପ୍ରକାର ପଦକ୍ଷେପ ନେଇଛନ୍ତି। ଏହି ବାବଦରେେ କେତେ ଅର୍ଥରାଶି ଖର୍ଚ୍ଚ ହୋଇଛି ତାହା ଜାଣିବା ସହିତ ମଶା, କୁକୁର, ବୁଲା ଷଣ୍ଢଙ୍କ କବଳରୁ ରକ୍ଷା କେବେ ମିଳିବ ବୋଲି ପ୍ରଶ୍ନ କରିଥିଲେ।

ଏହି ପ୍ରଶ୍ନର ଉତ୍ତର ରଖିଥିଲେ ମନ୍ତ୍ରୀ ପ୍ରତାପ ଜେନ। ସେ କହିଥିଲେ କି ବୁଲା ଷଣ୍ଢଙ୍କୁ ରାସ୍ତାରୁ ହଟାଇବା ପାଇଁ ବାର୍ଷିକ ହାରାହାରି ୧୨ ଲକ୍ଷ ୬ହଜାର ୨ଶହ ଟଙ୍କା ଖର୍ଚ୍ଚ କରୁଛନ୍ତି ରାଜ୍ୟ ସରକାର। ବୁଲା ଷଣ୍ଢମାନଙ୍କ ଚଲାବୁଲା ଉପରେ ନିୟନ୍ତ୍ରଣ ପାଇଁ ନିଗମ ତରଫରୁ ଏକ ସ୍କାର୍ଡ ଗଠନ କରାଯାଇଛି। ଯେଉଁଥରେ ମହାନଗର ନିଗମ ଅଞ୍ଚଳ ମଧ୍ୟରେ ବୁଲୁଥିବା ଷଣ୍ଢ ମାନଙ୍କୁ ଧରିବା ପାଇଁ ଅଭିଜ୍ଞ କର୍ମଚାରୀ ମାନଙ୍କୁ ଦାୟିତ୍ବ ଦିଆଯାଇଛି। ଏହି ସ୍କ୍ବାର୍ଡ ବୁଲା ଗୋରୁ ଗାଈ ମାନଙ୍କର ରାସ୍ତା ଉପରୁ ଧରି ଗାଡ଼ିରେ ନେଇ କାଞ୍ଜିଆହୁଦାରେ ରଖିବା କାର୍ଯ୍ୟ କରୁଛନ୍ତି। ଆଗାମୀ ଦିନରେ ଅଧିକରୁ ଅଧିକ କର୍ମଚାରୀ ଓ ଗାଡ଼ି ନିୟୋଜନ କରାଯାଇ ଏହାକୁ ନିୟନ୍ତ୍ରଣ କରାଯିବାକୁ ଯୋଜନା କରାଯାଉଛି।

କୁକୁରମାନଙ୍କ ବଂଶବୃଦ୍ଧି ଓ ପାଦୁର୍ଭାବ ରୋକାଯିବା ନିମନ୍ତେ ମହାନଗର ନିଗମ ତରଫରୁ ସହରର ଗୋଟିଏ ସ୍ଥାନରେ କୁକୁର ମାନଙ୍କର ବନ୍ଧ୍ୟ କରଣ ନିମନ୍ତେ ଡଗ୍‌ ୟାର୍ଡ ପ୍ରତିଷ୍ଠା କରାଯାଇ ସହରରର ସମସ୍ତ ଅଞ୍ଚଳରୁ ବୁଲାକୁକୁର ମାନଙ୍କୁ ଧରିଅଣାଯାଇ ସାର୍ତୋଳ କୁକୁର ବନ୍ଧ୍ୟାକରଣ କେନ୍ଦ୍ର ଠାରେ ବନ୍ଧ୍ୟାକରଣ କରାଯାଇ ୭ଦିନ ପରେ ପୁନର୍ବାର ସେହି ସ୍ଥାନ ମାନଙ୍କରେ ଛଡ଼ାଯିବାର ବ୍ୟବସ୍ଥା କରାଯାଇଛି। କୁକୁର ବନ୍ଧ୍ୟାକରଣରେ ପ୍ରତ୍ୟେକ କୁକୁର ବନ୍ଧ୍ୟାକରଣ ପରେ ୭ଦିନର ବନ୍ଧ୍ୟାକରଣ କେନ୍ଦ୍ରରେ ରଖାଯାଇ ଖାଦ୍ୟ ଓ ଆବଶ୍ୟକୀୟ ଚିକିତ୍ସା କରାଯିବା ନିମନ୍ତେ ବ୍ୟବସ୍ଥା କରାଯାଉଛି।

ଗତ ସେପ୍ଟେମ୍ବର ୨୦୧୮ ଠାରୁ ଜାନୁଆରୀ ୨୦୨୦ ପର୍ଟନ୍ତ ମୋଟ ୧୯୦୭ କୁକୁର ଧରାଯାଇ ସେମାନଙ୍କ ଖଦ୍ୟ ଯୋଗାଇଦେବା ନିମନ୍ତେ ୩ଲକ୍ଷ ୨ ହଜାର ୪୮୬ ଟଙ୍କା ମୋଟ ଖର୍ଚ୍ଚ କରାଯାଇଛି। ଅନ୍ୟପକ୍ଷରେ କୁକୁର ବନ୍ଧ୍ୟାକରଣ ପାଇଁ ଆବଶ୍ୟକୀୟ ଔଷଧ ଏବଂ ଅତ୍ସୋପ୍ରଚାରର ଲାଗୁଥିବା ଯନ୍ତ୍ରପାତି ନିମନ୍ତେ ୨୦୧୮ ରୁ ୨୦୧୯ ପର୍ଯ୍ୟନ୍ତ ମୋଟ ଖର୍ଚ୍ଚ ୨ଲକ୍ଷ ୬୪ ହଜାର ୩୭ ଟଙ୍କା ଓ ୨୦୧୯ରୁ ୨୦୨୦ ପର୍ଯ୍ୟନ୍ତ ୩ଲକ୍ଷ ୭୫ ହଜାର ୩୯୧ଟଙ୍କା ଖର୍ଚ୍ଚ କରାଯାଇଛି ବୋଲି ମନ୍ତ୍ରୀ ପ୍ରତାପ ଜେନା ଲିଖିତ ଆକାରରେ ଉତ୍ତର ଦେଇଛନ୍ତି।

Comments are closed.