Odisha Link
Bridging the Missing Links in Odisha

ଏଥରର ରାଜ୍ୟ ବଜେଟ୍‌ ପେପରଲେସ୍‌

ଭୁବନେଶ୍ୱର: ଏଥର ପେପରଲେସ୍ ହେବ ରାଜ୍ୟ ବଜେଟ୍। ୨୦୨୦-୨୧ ବର୍ଷ ପାଇଁ ଆଜି ଉପସ୍ଥାପିତ ହେବାକୁ ଯାଉଥିବା ରାଜ୍ୟ ବଜେଟ। ଏହି ବଜେଟ୍ ଡିଜିଟାଲ ମେଥଡରେ ଉପସ୍ଥାପିତ ହେବ ତେଣୁ ବଜେଟ ପାଇଁ ପୁସ୍ତିକା ଛପା ଯାଇ ନାହିଁ। ଏଥିଯୋଗୁ ୭୫ ଲକ୍ଷ ପେଜ୍ କାଗଜ ବଞ୍ଚିଛି। ଯଦି ପୁସ୍ତିକା ଛପା ଯାଇଥାନ୍ତା, ତେବେ ଏଥିପାଇଁ ହଜାରେରୁ ଅଧିକ ଗଛ କାଟିବାକୁ ପଡ଼ିଥାନ୍ତ। ଏହି ଡିଜିଟାଲ ପ୍ରକ୍ରିୟାକୁ ମୁଖ୍ୟମନ୍ତ୍ରୀ ସ୍ୱାଗତ କରିବା ସହ କହିଛନ୍ତି ଯେ, ସବୁଜ ଓ ନିରନ୍ତର ବିକାଶ ପାଇଁ ରାଜ୍ୟ ସରକାର ବଦ୍ଧ ପରିକର। ଏହା ସହ ଗୋ ଗ୍ରୀନ ଓ ଗ୍ରୀନ ବଜେଟ ବୋଲି ଟ୍ୱିଟ୍ କରିଛନ୍ତି। ରାଜ୍ୟ ସରକାରଙ୍କ ଏପରି ପଦକ୍ଷେପକୁ ସବୁ ମହଲରୁ ସ୍ୱାଗତ କରାଯାଇଛି।

Comments are closed.