Odisha Link
Bridging the Missing Links in Odisha

‘ରେଡ୍’ ୨ ରେ କାମ କରିବେ ଏହି ଅଭିନେତା

ମୁମ୍ବାଇ :  ସିନେମା ‘ତାଣାଜୀ’ ସୁପର ହିରୋ ଅଜୟ ଦେବଗନ ଖୁବ ଚର୍ଚ୍ଚାରେ ଅଛନ୍ତି । ତାଙ୍କ ଅଭିନୀତ ସିନେମା ତାଣାଜୀ ବକ୍ସ ଅଫିସରେ ହିଟ ହୋଇଥିଲା । ସେ ଏବେ ଏକ ସିକ୍ବେଲ୍ ସିନେମାରେ ନଜର ଆସିବେ ।

ଏହି ସିନେମା ହେଲା ‘ରେଡ୍-୨’। ଚଳିତ ବର୍ଷ ଅଜୟ ସିନେମାଟିର ସୁଟିଂ ଆରମ୍ଭ କରିବେ । ତେବେ ଆମେ କହି ରଖୁଛୁ ଅଜୟଙ୍କ ହାତରେ ‘ସୂର୍ଯ୍ୟବଂଶୀ’, ‘ଛଲାଙ୍ଗ’, ‘ଦ ବିଗ୍ ବୁଲ୍’, ‘ଆରଆରଆର୍’ , ‘ଭୁଜ୍ ଦ ପ୍ରାଇଡ୍ ଅଫ୍ ଇଣ୍ଡିଆ’ ଏବଂ ‘ଚାଣକ୍ୟ’ ଆଦି ସିନେମା ରହିଛି ।

୨୦୧୮ରେ ମୁକ୍ତିଲାଭ କରିଥିବା ରାଜ କୁମାର ଗୁପ୍ତାଙ୍କ ସିନେମା ‘ରେଡ୍’ ରେ ଅଜୟ ଦେବଗନଙ୍କ ବ୍ୟତୀତ ଇଲିଆନା ଡ୍ରି’କ୍ରୁଜ ଏବଂ ସୌରଭ ଶୁକ୍ଳା ମୁଖ୍ୟ ଭୂମିକାରେ ନଜର ଆସିଥିଲେ। ଏହା ସୁପରହିଟ୍ ବି ହୋଇଥିଲା। ‘ରେଡ-୨’ରେ ପୁଣି ସେହି କଳାକାରମାନଙ୍କୁ ଦେଖିବାକୁ ମିଳିବ ବୋଲି ଜଣାଯାଇଛି ।

ଏସଂପର୍କରେ ପ୍ରଯୋଜକ ଅଭିଷେକ ପାଠକ କହିଛନ୍ତି ଯେ, ସଂପ୍ରତି ସିନେମାର କାହାଣୀକୁ ଅନ୍ତିମ ରୂପ ଦିଆଯାଉଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ସିନେମାର କାଷ୍ଟ୍ ପୂର୍ବ ପରି ସମାନ ରହିବେ। ପ୍ରଯୋଜକ ଅଭିଷେକ ପାଠକ ସୂଚନା ଦେଇଛନ୍ତି ଏଥର ଦର୍ଶକ ‘ରେଡ-୨’ରେ ଏକ ନୂଆ କାହାଣୀ ଦେଖିବାକୁ ପାଇବେ ।

Comments are closed.