Odisha Link
Bridging the Missing Links in Odisha

ଟ୍ରଲିରେ ବୁହାହେଲା ମୃତଦେହ

ବ୍ରହ୍ମପୁର: ମହାପ୍ରୟାଣ ଗାଡି ନ ମିଳିବାରୁ ଶେଷରେ ଟ୍ରଲିରେ ବୁହାହେଲା ମୃତଦେହ। ଆଜି ଏମକେସିଜି ମେଡିକାଲ ପରିସରରେ ଦେଖିବାକୁ ମିଳିଛି ଏପରି ଅଭାବନୀୟ ଦୃଶ୍ୟ। ଜଣେ ଅସହାୟ ବୃଦ୍ଧାଙ୍କ ମୃତ ଦେହକୁ ଟ୍ରଲିରେ ନିଆଯାଇଛି। ବ୍ରହ୍ମପୁର କମାପଲି ମାଛ ବଜାର ପାଖରେ ଯାଯାବର ଭାବେ ରହୁଥିବା ସନ୍ତୋଷିନୀ ସିଂଙ୍କ ମା’ ଚନ୍ଦ୍ରମା(୭୦)ଙ୍କ ଦେହ ଖରାପ ଥିବାରୁ ତାଙ୍କୁ ସୋମବାର ଏମକେସିଜିରେ ଭର୍ତ୍ତି କରାଯାଇଥିଲା। ମଙ୍ଗଳବାର ସକାଳୁ ତାଙ୍କର ମୃତ୍ୟୁ ହୋଇଥିଲା। ସନ୍ତୋଷିନୀ ରହୁଥିବା ସ୍ଥାନକୁ ମୃତଦେହକୁ ନେବାକୁ ମହାପ୍ରୟାଣ ଗାଡି କିମ୍ବା ଆମ୍ବୁଲାନ୍ସ ମିଳି ନ ଥିଲା। ଶେଷରେ ବାଧ୍ୟ ହୋଇ ସନ୍ତୋଷିନୀ ଓ ତାଙ୍କ ଭାଇ ତ୍ରିନାଥ ଏକ ଟ୍ରଲି ଭଡା କରି ସେଥିରେ ମା’ଙ୍କ ମୃତଦେହକୁ ନେଇ ସତ୍କାର କରିବାକୁ ଯାଇଥିଲେ।

Comments are closed.