Odisha Link
Bridging the Missing Links in Odisha

ଗୁରୁପ୍ରିୟା ସେତୁର ମରାମତି ଆରମ୍ଭ

ମାଲକାନଗିରି: ଆରମ୍ଭ ହୋଇଛି ଗୁରୁପ୍ରିୟା ସେତୁର ମରାମତି କାମ। ସେତୁର ୧୬ ନମ୍ବର ଗାର୍ଡରର ପିଲାରର୍‌ ଉପର ଗାର୍ଡର ଅଚଳ ହୋଇଯାଇଛି। ଗାର୍ଡର ଏକ୍ସପାନସନ ଜଏଣ୍ଟ ଏଙ୍ଗେଲ କାମ କରୁ ନାହିଁ। ଭାରିଯାନ ଚଳାଚଳ ଯୋଗୁଁ ଗାର୍ଡର ଅଚଳ ହୋଇଥିବା ଅନୁମାନ କରାଯାଉଛି। ଦୁଇବର୍ଷ ନ ପୁରୁଣୁ ଗୁରୁପ୍ରିୟା ସେତୁର ଏପରି ଅବସ୍ଥା ହେଲାଣି। କିଛି ତ୍ରୁଟି ଯୋଗୁଁ ରାସ୍ତା ବଙ୍କା ହୋଇଯାଇଥିବା ଦେଖିବାକୁ ମିଳିଛି। ସେତୁର ୧୬ ନମ୍ବର ଗାର୍ଡରର ଯୋଡେଇ ସ୍ଥାନର ମରାମତି କାମ ଆରମ୍ଭ ହୋଇଛି। ପୂର୍ତ୍ତବିଭାଗ ଏହାର ମରାମତି କାର୍ଯ୍ୟ ଆରମ୍ଭ କରିଛି। ମରାମତି ଯୋଗୁଁ ଗାଡି ଚଳାଚଳ ବି ଆଂଶିକ ଭାବେ ପ୍ରଭାବିତ ହୋଇଛି। ମାଲକାନଗିରି ଜିଲ୍ଲାରେ ଲାଇଫଲାଇନ ହେଉଛି ଗୁରୁପ୍ରିୟା ସେତୁ।। ଏହି ଅଂଚଳର ଅନେକ ଗାଁକୁ ଯୋଡୁଛି ଏହି ସେତୁ।

Comments are closed.