Odisha Link
Bridging the Missing Links in Odisha

ଓଡିଶାରେ ବଢୁଛନ୍ତି କରୋନା ସନ୍ଦିଗ୍ଧ

ଭୁବନେଶ୍ବର : କରୋନା ଭାଇରସ୍‌ ସାରା ବିଶ୍ବରେ ନିଜର କାୟା ମେଲାଇ ଅଣାୟତ କରୁଥିବା ବେଳେ ରାଜ୍ୟରେ କରୋନା ସନ୍ଦିଗ୍ଧଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଯଦିଓ ଏ ପର୍ଯ୍ୟନ୍ତ କରୋନା ଭାଇରସ୍‌ରେ ସଂକ୍ରମିତ ଥିବା ଚିହ୍ନଟ ହୋଇ ନାହାନ୍ତି ତଥାପି ସ୍ବାସ୍ଥ୍ୟ ବିଭାଗ କିଛି ସନ୍ଦିଗ୍ଧଙ୍କୁ ଚିହ୍ନଟ କରି ହସ୍ପିଟାଲରେ କିମ୍ବା ଘରେ ରହିବା ଲାଗି ନିର୍ଦେଶ ଦେଇଛନ୍ତି। ରାଜ୍ୟରେ ଏ ପର୍ଯ୍ୟନ୍ତ ୬୨ଜଣ ସନ୍ଦିଗ୍ଧ ବ୍ୟକ୍ତି ଘରେ ରହି ଚିକିତ୍ସିତ ହେଉଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

କରୋନା ସନ୍ଦିଗ୍ଧଙ୍କୁ ଚିହ୍ନଟ ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସ୍କ୍ରିନିଂ ବ୍ୟବସ୍ଥା କରାଯାଇଛି। ଏ ପର୍ଯ୍ୟନ୍ତ ୯୩ଜଣଙ୍କୁ ବିଭାଗ ପକ୍ଷରୁ ଚିହ୍ନଟ କରାଯାଇ ସାରିଲାଣି। ଘରେ ଚିକିତ୍ସିତ ହେଉଥିବା ସନ୍ଦିଗ୍ଧଙ୍କ ମଧ୍ୟରୁ ୨୮ ଜଣଙ୍କୁ ବିପଦ ମୁକ୍ତ ଘୋଷଣା କରାଯାଇଛି। ଏଥିସହ ଲୋକମାନଙ୍କୁ କରୋନା ସଂପର୍କିତ ସୂଚନା ଦେବା ପାଇଁ ୨୪ଘଣ୍ଟିଆ ହେଲ୍‌ପଲାଇନ ନମ୍ବର କାର୍ଯ୍ୟ କରୁଛି।

Comments are closed.