Odisha Link
Bridging the Missing Links in Odisha

ଉପସ୍ଥାପିତ ହେବ ରାଜ୍ୟ ଆର୍ଥିକ ବଜେଟ୍‌ ୨୦୨୦-୨୧

ଭୁବନେଶ୍ବର: ଆଜି ବିଧାନସଭାରେ ଉପସ୍ଥାପିତ ହେବ ୨୦୨୦-୨୦୨୧ ଆର୍ଥିକ ବର୍ଷ ପାଇଁ ରାଜ୍ୟ ବଜେଟ। ବିଜେଡି ସରକାରରଙ୍କ ପଞ୍ଚମ ପାଳିର ଏହା ଦ୍ବିତୀୟ ଆର୍ଥିକ ବଜେଟ୍‌। ଏହି ବଜେଟକୁ ଆଜି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଆଗତ କରିବେ। ଆଜିର ବଜେଟରେ ସରକାର ଲୋକଙ୍କ ପାଇଁ କିଛି ଜନହିତକର ଯୋଜନା ଆଣିପାରନ୍ତି ବୋଲି ଆଶା କରାଯାଉଛି। ରାଜ୍ୟର ବିକାଶ ହାରକୁ ତ୍ୱରାନ୍ୱିତ କରିବାକୁ ଅର୍ଥମନ୍ତ୍ରୀ କେତେ ସଂସ୍କାରମୂଳକ ପଦକ୍ଷେପ ଘୋଷଣା କରିପାରନ୍ତି। ବଜେଟରେ ଫାଇଭ-ଟି, ମୋ ସରକାର ଉପରେ ଅଧିକ ଗୁରୁତ୍ୱ ଦିଆଯାଇପାରେ। ବଜେଟର ଆକାର ଦେଢ ଲକ୍ଷ କୋଟି ଟଙ୍କା ଟପିବ ବୋଲି ଆକଳନ କରାଯାଉଛି। ୨୦୧୯-୨୦୨୦ରେ ବଜେଟ ପରିମାଣ ୧ ଲକ୍ଷ ୩୯ ହଜାର କୋଟି ଥିଲା।

ବଜେଟ ପୂର୍ବରୁ ଗତକାଲି ବିଧାନସଭାରେ ଉପସ୍ଥାପିତ ହୋଇଥିଲା ଅର୍ଥନୈତିକ ସର୍ଭେ ରିପୋର୍ଟ। ରିପୋର୍ଟରେ କୁହାଯାଇଛି, ରାଜ୍ୟରେ ଅଭିବୃଦ୍ଧି ହାର କମିଛି। ଚଳତବର୍ଷ ଅଭିବୃଦ୍ଧି ହାର ୭ ଦଶମିକ ୯୦ରୁ ଖସି ୬.୧୬ ରହିବା ନେଇ ସର୍ଭେରେ ଆକଳନ କରାଯାଇଛି। ସେହିଭଳି ବାତ୍ୟା ଯୋଗୁଁ କୃଷି ଉତ୍ପାଦନ କମିଥିବାରୁ ରାଜ୍ୟର ଅଭିବୃଦ୍ଧି ହାର କମିଛି। ଗତବର୍ଷ ରାଜ୍ୟରେ ଆର୍ଥିକ ଅଭିବୃଦ୍ଧି ହାର ୭.୯୦ ରହିଥିଲା। ଖଣିଜ କାରବାରରରେ ମାନ୍ଦା ଯୋଗୁଁ ଅଭିବୃଦ୍ଧି ଖସିଛି।

Comments are closed.