Odisha Link
Bridging the Missing Links in Odisha

ବଜେଟ: କୃଷି କ୍ଷେତ୍ର ପାଇଁ ୧୯ ହଜାର ୪ ଶହ ୮ କୋଟି

ଭୁବନେଶ୍ବର: ଆଜି ଅପରାହ୍ନରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବିଧାନସଭାରେ ୨୦୨୦-୨୦୨୧ ବର୍ଷ ପାଇଁ ବଜେଟ ଉପସ୍ଥାପନା କରିଛନ୍ତି। ୨୦୨୦-୨୧ ପାଇଁ କୃଷି ବଜେଟରେ ୧୯ ହଜାର ୪ ଶହ ୮ କୋଟି ବ୍ୟୟ ବରାଦ କରାଯାଇଛି । କୃଷକଙ୍କ ଆୟ ବୃଦ୍ଧି ପାଇଁ ସମୃଦ୍ଧି କୃଷି ନୀତି ୨୦୨୦ ଘୋଷଣା ହୋଇଛି। କାଳିଆ ଯୋଜନାରେ ୩୧୯୫ କୋଟି ଟଙ୍କାର ବ୍ୟୟ କରାଦ ହୋଇଛି।

ସେହିପରି ଓୟୁଏଟିକୁ ଉକ୍ରର୍ଷ କେନ୍ଦ୍ରରେ ପରିଣତ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। କୃଷି ଓ ଆନୁଷଙ୍ଗିକ କାର୍ଯ୍ୟ ପାଇଁ ୬୦ କୋଟି ବ୍ୟୟ ବରାଦ ହୋଇଛି। ୨୦୨୦-୨୧ରେ ୧ ଲକ୍ଷ୍ୟ ୮୪ ହଜାର ହେକ୍ଟର ଜମିକୁ ଜଳସେଚନ କରାଯିବ। ଆଗୁଆ ସାର ଯୋଗାଣ ପାଇଁ ୧୦୦ କୋଟିର ଆବର୍ତ୍ତନ ପାଣ୍ଠି କରାଯାଇଛି। ଆଗାମୀ ୫ ବର୍ଷରେ ଆୟ, ଉତ୍ପାଦନ ବୃଦ୍ଧି ଯୋଜନା ଚାଲିଛି। ଜଳ ସଂରକ୍ଷଣ ପାଇଁ ପ୍ରମୁଖ ନଦୀରେ ଇନଷ୍ଟ୍ରିମ୍ ଷ୍ଟୋରେଜ୍ ଷ୍ଟ୍ରକଚର ନେଇ ୫ ବର୍ଷରେ ୧୨ ହଜାର କୋଟି ଖର୍ଚ୍ଚ ହେବ।

ନିରଞ୍ଜନ ପୂଜାରୀ ଆହୁରି କହିଛନ୍ତି ଯେ, କୃଷି କ୍ଷେତ୍ରରେ ଜାତୀୟ ଅଭିବୃଦ୍ଧି ହାର ରହିଛି ୩.୧% ରହିଥିବା ବେଳେ କୃଷିରେ ରାଜ୍ୟର ଅଭିବୃଦ୍ଧି ହାର ରହିଛି ୪.୫% ରହିଛି। କୃଷକ ସଶକ୍ତୀକରଣ ପାଇଁ କାଳିଆ ଯୋଜନା ଆରମ୍ଭ କରିଛୁ। ବିହନ ପାଇଁ ୧୦୦ ଓ ସାର ପାଇଁ ୧୦୦ କୋଟି ଆବର୍ତ୍ତନ ପାଣ୍ଠି ରହିଛି। ଚଳିତ ଆର୍ଥିକ ବର୍ଷରେ ଆଉ ୧.୮୪ ଲକ୍ଷ ହେକ୍ଟକୁ ଜଳ ଯୋଗାଣ ଲକ୍ଷ୍ୟ ରହିଛି।ବିଗତ ୫ ବର୍ଷ ମଧ୍ୟରେ ୬ଟି ବୃହତ୍ତ ଜଳ ସେଚନ ପ୍ରକଳ୍ପ କରାଯାଇଛି। ବନ୍ୟା ନିୟନ୍ତ୍ରଣ ଓ ଜଳ ନିଷ୍କାସନ ପାଇଁ ୧୦୬୦ କୋଟି ବ୍ୟୟବରାଦ କରାଯାଇଛି। ରୁଫ୍‌ ଟପ୍‌ ଓ ଗ୍ରାଉଣ୍ଡ ୱାଟର ରିଚାର୍ଜ ପାଇଁ ୫ ବର୍ଷରେ ୨୪୬ କୋଟି ଖର୍ଚ୍ଚ ହେବ। ୧୫ ଜିଲ୍ଲାରେ ୧୦ ହଜାର ପୋଖରୀ ନବୀକରଣ ପାଇଁ ଯୋଜନା କରାଯାଇଛି।

Comments are closed.