Odisha Link
Bridging the Missing Links in Odisha

ସିଦ୍ଧାର୍ଥଙ୍କୁ ଭେଟି ଭାବପ୍ରବଣ ହେଲେ ଶେହନାଜ୍

ମୁମ୍ବାଇ : ଟେଲିଭିଜନର ସବୁଠାରୁ ବଡ଼ ରିଆଲିଟି ଶୋ ବିଗ ବସ୍‌ ୧୩’ ଶେଷ ହୋଇଯାଇଛି । ଅନ୍ୟ ସିଜିନ ଅପେକ୍ଷା ଏହି ସିଜିନ ଅଧିକ ଚର୍ଚ୍ଚା ସାଉଁଟିଛି ।  ଶୋ’ର ଏଣ୍ଟରଟେନମେଣ୍ଟ କୁଇନ୍‌ ଶେହନାଜ୍‌ ଓ ପାରସ ଛାବ୍ରା ଏବେ କଲର୍ସରେ ଅନ୍ୟ ଏକ ଶୋ’ କରୁଛନ୍ତି ।

ଏହାର ନାଁ ରହିଛି ‘ମୁଝ୍‌ସେ ଶାଦୀ କରୋଗେ’। ଏଠାରେ ପାରସ୍ ଓ ଶେହନାଜ୍‌ ନିଜ ନିଜ ପାଇଁ ଲାଇଫ୍‌ପାର୍ଟନର୍ ଖୋଜୁଛନ୍ତି। ତେବେ ଏହି ଶୋ’ରେ ଶେହନାଜ୍‌ଙ୍କ ଫ୍ୟାନ୍‌ଙ୍କ ପାଇଁ ରହିଛି ଏକ ବିଗ୍‌ ସର୍‌ପ୍ରାଇଜ୍‌ ।

https://www.instagram.com/p/B8s-GKiBm8h/

ତେବେ ଶୋଟିରେ ସିଦ୍ଧାର୍ଥ ଶୁକ୍ଳା ପହଞ୍ଚି ଯାଇଛନ୍ତି । ତାଙ୍କୁ ଦେଖିବା ପରେ ସନା ଭାବୁକ ହୋଇ ଯାଇଥିଲେ । ସେ ଏହି ଶୋ’ରେ ଶେହନାଜ୍‌ଙ୍କୁ ତାଙ୍କ ପାର୍ଟନର୍‌ ଖୋଜିବାରେ ସାହାଯ୍ୟ କରିବେ । ତେବେ ଶୋ’ରେ ସିଦ୍ଧାର୍ଥଙ୍କ ବ୍ୟତୀତ ରଶ୍ମି ଦେଶାଇଙ୍କର ମଧ୍ୟ ଏଣ୍ଟ୍ରି ହେବ ।

‘ମୁଝ୍‌ସେ ଶାଦୀ କରୋଗେ’ର ଅପକମିଂ ଏପିସୋଡ୍‌ ବେଶ୍ ଧମାକେଦାର୍‌ ହେବ । ତେବେ ଜଣାଇଦେବାକୁ ଚାହୁଁ ଯେ ଶୋ’ରେ ଶେହନାଜ୍‌ ଓ ପାରସଙ୍କର ସତରେ ବାହାଘର ହେବ ନାହିଁ। ଏହା କେବଳ ଦର୍ଶକଙ୍କ ମନୋରଞ୍ଜନ ପାଇଁ କରାଯାଇଛି ।

Comments are closed.