Odisha Link
Bridging the Missing Links in Odisha

ଉପସ୍ଥାପିତ ହେଲା ଓଡ଼ିଶା ବଜେଟ ୨୦୨୦-୨୧, ଇ-ବଜେଟ ଉପସ୍ଥାପନା କରିବାରେ ଓଡ଼ିଶା ଦେଶରେ ୨ୟ

ଭୁବନେଶ୍ବର: ଆଜି ଅପରାହ୍ନରେ ବିଧାନସଭାରେ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପିତ ହେଲା। ଚଳିତ ବଜେଟକୁ ପେପରଲେସ କଲେ ରାଜ୍ୟ ସରକାର। ପ୍ରଥମଥର ପାଇଁ ବିନା କାଗଜ ପତ୍ରରେ ପଢାଗଲା ବଜେଟ। ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବିଧାନସଭାରେ ଆଇପ୍ୟାଡରେ ବଜେଟ ଉପସ୍ଥାପନା କଲେ। ତେବେ ଗ୍ରୀନ ବଜେଟ ପାଇଁ ଇ-ବଜେଟ କରିବାରେ ଓଡିଶା ହେଉଛି ଦେଶରେ ୨ୟ ରାଜ୍ୟ। ଏଥିପାଇଁ ୧୦୦୦ ଗଛକୁ ଆମେ ବଞ୍ଚାଇ ପାରିଛୁ କହିଲେ ଅର୍ଥମନ୍ତ୍ରୀ।

ଚଳିତ ବର୍ଷରୁ ୨ ଟି ସ୍ୱତନ୍ତ୍ର ବଜେଟ୍ ଉପସ୍ଥାପିତ କରିଛନ୍ତି ରାଜ୍ୟ ସରକାର। ଜେଣ୍ଡର ବଜେଟ୍ ଓ ଚାଇଲ୍ଡ ବଜେଟକୁ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ। ୨୦୧୯-୨୦ ଆର୍ଥିକ ବର୍ଷରେ ଓଡ଼ିଶାର ଅଭିବୃଦ୍ଧି ହାର ୬.୧୬ % ହେବ। ଚଳିତ ଆର୍ଥିକ ବର୍ଷରେ ଅଭିବୃଦ୍ଧି ହାର ୭.୫% ରହିବା ଆଶା ଅଛି କହିଛନ୍ତି ଅର୍ଥମନ୍ତ୍ରୀ।

ଚଳିତ ବର୍ଷ ରାଜ୍ୟ ବଜେଟର ବ୍ୟୟ ଅଟକଳ ୧ ଲକ୍ଷ ୫୦ ହଜାର କୋଟି ଟଙ୍କା । ପ୍ରଶାସନିକ ବ୍ୟୟ ପରିମାଣ ୬୫ ହଜାର ୬୫୫ କୋଟି। ବିପର୍ଯ୍ୟୟ ପ୍ରଶମନ ବାବଦରେ ବ୍ୟୟ ୩ ହଜାର ୨ ଶହ କୋଟି। କାଳିଆ ପାଇଁ ୩,୧୯୫ କୋଟି। କାଳିଆ ଯୋଜନାରେ ଏଯାଏଁ ୪୩ ଲକ୍ଷ ଚାଷୀଙ୍କୁ ସହାୟତା ଯୋଗାଇଛୁ। କୃଷକଙ୍କ ସଶକ୍ତିକରଣ ପାଇଁ କାଳିଆକୁ ଚାଷୀଙ୍କ ପାଇଁ ସରକାର ସମପ୍ରି ଦେଇଛନ୍ତି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି ।

Comments are closed.