Odisha Link
Bridging the Missing Links in Odisha

ତେଲେଙ୍ଗାନାର ଏକ ଇଟାଭାଟିରୁ ଓଡ଼ିଆ ଶ୍ରମିକ ନାବାଳକ ଉଦ୍ଧାର

ଭୁବନେଶ୍ୱର : ବଲାଙ୍ଗିର ଓ ସୋନପୁର ଜିଲ୍ଲାର ୧୫ଜଣ ଶ୍ରମିକ ଏବଂ ତାଙ୍କ ସହିତ ସେମାନଙ୍କର ଶିଶୁ ମାନଙ୍କୁ ତେଲେଙ୍ଗାନା ବେଗୁମ୍ପେଟ ଜିଲ୍ଲାର ପେଡ଼ାପଲ୍ଲି ଅଂଚଳରେ ଜଣେ ଠିକାଦାର
ସେମାନଙ୍କୁ ମଜୁରି ନଦେଇ ଯୋର ଜବରଦସ୍ତ ଅଟକାଇ କାମ କରାଉଥିଲେ ଏବଂ ଓଡ଼ିଶା ମୋ ପରିବାରର ହସ୍ତକ୍ଷେପ ପରେ ଆଜି ସେମାନଙ୍କୁ ଓଡ଼ିଶା ଫେରାଇ ଆଣାଯାଇଛି ।

ସୂଚନଥାଉକି ଗତ ୧୪ ତାରିଖରେ ସୁରେନ୍ଦ୍ର ଭରସାଗର ନାମକ ଜଣେ ବ୍ୟକ୍ତି ଓଡ଼ିଶା-ମୋ ପରିବାରକୁ ଫୋନ୍ ମାଧ୍ୟମରେ ଜଣାଇଥିଲେ ଯେ, ତାଙ୍କ ସହିତ ଅନ୍ୟ ୧୪ଜଣ ଓ ସେମାନଙ୍କର ନାବାଳକ ପିଲାମାନଙ୍କୁ ଏକ ଠିକାଦାର ତେଲେଙ୍ଗାନା ବେୁଗୁମ୍ପେଟ ଜିଲ୍ଲାର ପେଡ଼ିପଲ୍ଲି ଗ୍ରାମରେ ଏକ ଇଟାଭାଟିରେ ଯୋରଜବରଦସ୍ତ ବିନା ମଜୁରିରେ ଖଟାଇବା ସହିତ ନାନା ପ୍ରକାର ନିର୍ଯତନା ଦେଉଛି ।

ଏହି ଖବର ବିଷୟରେ ଜାଣିବାପରେ ଓଡ଼ିଶା-ମୋ ପରିବାର ଆବାହକ ଅରୁପ ପଟ୍ଟନାୟକ ଆନ୍ଧ୍ର ପ୍ରଦେଶର ପୂର୍ବତନ ଡିଜିପି ଏସ୍‌.କେ. ହୁଡ଼ାଙ୍କୁ ଜଣାଇଥିଲେ ଏବଂ ସେମାନଙ୍କୁ ଫେରାଇଆଣିବା ପାଇଁ ତାଙ୍କ ସହଯୋଗ ଲୋଡ଼ିଥିଲେ । ହୁଡ଼ା ଓ ଓଡ଼ିଶା-ମୋ ପରିବାର ଟିମ୍ ସେଠାକାର ଜିଲ୍ଲାପାଳ ଓ ପୋଲିସ୍ ଡେପୁଟି କମିଶିନରଙ୍କୁ ଏ ବିଷୟରେ ଅବଗତ କରାଇଥିଲେ ।

ଫେବ୍ରୁଆରୀ ୧୬ ତାରିଖରେ ଏସ୍‌.ପି. ଓ ତାଙ୍କ ଟିମ ପେଡ଼ାପଲ୍ଲିଠାରେ ଥିବା ଇଟାଭାଟି ଉପରେ ଚଢ଼ାଉ କରିଥିଲେ ଏବଂ ସେମାନଙ୍କୁ ଠାବ କରିଥିଲେ । ଇଟାଭାଟିର ମାଲିକଙ୍କୁ ସେ ଦାଗିତ କରିଥିଲେ ଯେ, ଯଥାଶୀଘ୍ର ସେମାନଙ୍କ ପ୍ରାପ୍ୟ ଦେଇ ସେମାନଙ୍କୁ ତାଙ୍କ ଗ୍ରାମକୁ ଫେରାଇଦେବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ ।

ଠିକାଦାର ସମସ୍ତ ୧୫ଜଣ ଶ୍ରମିକ ଓ ତାଙ୍କ ନାବାଳକ ପିଲାମାନଙ୍କୁ ସେମାନଙ୍କ ଫେରିବା ପାଇଁ ଟିକେଟ୍‌ ସହିତ ଖର୍ଚ୍ଚ ପ୍ରଦାନ କରିଥିଲେ । ସେମାନେ ସମସ୍ତେ ବିଶାଖା ଏକ୍ସପ୍ରେସ୍ ଯୋଗ ୧୭ ତାରିଖରୁ ବାହାରି ଆଜି ୧୮ ତାରିଖରେ ବିଶାଖାପାଟଣାରେ ପହଂଚିଥିଲେ । ଅନ୍ୟ ଏକ ଟ୍ରେନ୍ ଧାନବାଦ୍ ଏକ୍ସପ୍ରେସ୍‌ରେ ସେଠାରୁ ବାହାରି ବଲାଙ୍ଗିର ରେଳ ଷ୍ଟେସନ୍‌ରେ ଆଜି ରାତି ୧୧ଟା ୩୦ ମିନିଟ୍‌ରେ ପହଂଚି ସେମାନଙ୍କ ଗ୍ରାମକୁ ଫେରିଯାଇଥିଲେ ।

Comments are closed.