Odisha Link
Bridging the Missing Links in Odisha

ଧାନ ପାଇଁ ବାଚସ୍ପତିଙ୍କ ନିର୍ଦ୍ଦେଶ

ଭୁବନେଶ୍ବର: ଧାନ ସଂଗ୍ରହକୁ ନେଇ ବିଧାନସଭାରେ ଆଜି ଉଦବେଗ ପ୍ରକାଶ ପାଇଛି। ପ୍ରଶ୍ନକାଳ ଓ ଶୂନ୍ୟକାଳରେ ସବୁ ଦଳର ସଦସ୍ୟମାନେ ଗୃହରେ ଉଦବେଗ ପ୍ରକାଶ କରିଛନ୍ତି। ଉଦବେଗକୁ ଦୃଷ୍ଟିରେ ରଖି ବାଚସ୍ପତି ରୁଲିଂ ଦେଇଛନ୍ତି। ସମସ୍ତ ବିଧାୟକ ଓ ବିଭାଗୀୟ ଅଧିକାରୀଙ୍କ ସହ ଜିଲ୍ଲୀ ଭିତିରେ ସମବାୟ ମନ୍ତ୍ରୀ ତୁରନ୍ତ ଧାନ ବିକ୍ରି ସମସ୍ୟା ନେଇ ଆଲୋଚନା କରନ୍ତୁ ଓ ଗୃହରେ ରିପୋର୍ଟ ଉପସ୍ଥାପନ କରନ୍ତୁ ବୋଲି ବାଚସ୍ପତି ରୁଲିଂ ଦେଇଛନ୍ତି।
ବିଭାଗୀୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି, ଗତବର୍ଷ ସମଗ୍ର ରାଜ୍ୟରେ ୭ ଲକ୍ଷ ୭୭ ହଜାର ୫୦୬ ଜଣ ଚାଷୀ ବିନା ଟୋକେନରେ ଧାନ ସରକାରଙ୍କୁ ବିକ୍ରି କରିଥିଲେ। କିନ୍ତୁ ଚଳିତବର୍ଷ ଟୋକନ ବ୍ୟବସ୍ଥା ଲାଗୁ ହେବା ପରେ ରାଜ୍ୟର ୮ ଲକ୍ଷ ୧୩ ହଜାର ୭୩୬ ଜଣ ଚାଷୀଙ୍କୁ ଟୋକନ ବ୍ୟବସ୍ଥା ଦ୍ୱାରା ଯୋଡାଯାଇ ଅଧିକ ଚାଷୀଙ୍କ ପାଖରେ ପହଂଚିଛି ବିଭାଗ। ବର୍ତମାନ ଯାଏଁ ଟୋକନ ବ୍ୟବସ୍ଥା ଜାରି ରହିଛି। ଆଗାମୀ ଏକ ମାସ ଯାଏଁ ଏହି ବ୍ୟବସ୍ଥା ଜାରି ରହିବ।

Comments are closed.