ଆଖି ବୁଜିଲେ ବିଜେଡି ନେତ୍ରୀ ମୀନାକ୍ଷୀ

ବ୍ରହ୍ମପୁର: ବ୍ରହ୍ମପୁରର ଗୁରୁତର ବିଜେଡି ନେତ୍ରୀ ମୀନାକ୍ଷୀ ମିଶ୍ରଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଭୁବନେଶ୍ବରର ଏକ ଘରୋଇ ମେଡିକାଲରେ ମୀନାକ୍ଷୀଙ୍କର ମୃତ୍ୟୁ ହୋଇଛି। ମୀନାକ୍ଷୀ ଗତ ୧୪ରେ ଏସସିବିରୁ ଭୁବନେଶ୍ବର ସ୍ଥାନାନ୍ତର ହୋଇଥିଲେ। ପୁଅର ଗିରଫଦାରୀକୁ ବିରୋଧ କରି ଆତ୍ମହତ୍ୟା ଉଦ୍ୟମ କରିଥିଲେ ମୀନାକ୍ଷୀ। ବ୍ରହ୍ମପୁର ଏସପି ଅଫିସ୍ ସାମ୍ମାନରେ ଆତ୍ମହୁତି ଉଦ୍ୟମ କରିଥିଲେ। କିରୋସିନ ଢାଳି ଦେହରେ ନିଆ ଲଗାଇଥିଲେ ମୀନାକ୍ଷୀ। ମୀନାକ୍ଷୀଙ୍କ ଶରୀରର ୯୫ ପ୍ରତିଶତ ପୋଡ଼ି ଯାଇଥିଲା।
ପ୍ରକାଶ ଯେ, ଗତ ୨୮ ତାରିଖରେ ମିନାକ୍ଷୀଙ୍କ ଘର ସମ୍ମୁଖରେ ବାଇକ୍ ପାର୍କିଂକୁ ନେଇ ଗଣ୍ଡଗୋଳ ହୋଇଥିଲା। ଏଥିରେ ତାଙ୍କ ପୁଅ ରାଜା ମିଶ୍ରଙ୍କର ଅପର ଗୋଷ୍ଠିର ୪ ଜଣଙ୍କ ସହ ଗଣ୍ଡଗୋଳ ହୋଇଥିଲା। ଏହାର ଭିଡିଓ ଭାଇରାଲ ହୋଇଥିବା ବେଳେ ଉଭୟ ପକ୍ଷର ଏତଲା କ୍ରମେ ପୁଲିସ୍ ୫ଜଣଙ୍କୁ ଗିରଫ କରିଥିଲା।
ଏ ସଂକ୍ରାନ୍ତରେ ଏସ୍ପିଙ୍କୁ ଭେଟିବାକୁ ମିନାକ୍ଷୀ ଆଜି ତାଙ୍କ ଅଫିସ୍ ଯାଇଥିଲେ। ମାତ୍ର ଦୀର୍ଘ ସମୟ ପର୍ଯ୍ୟନ୍ତ ଦେଖା କରି ନ ପାରିବାରୁ ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଇଥିଲେ। ଏହାଦେଖି ସେଠାରେ ଉପସ୍ଥିତ ପୁଲିସ୍ କର୍ମୀ ତାଙ୍କୁ ତୁରନ୍ତ ଉଦ୍ଧାର କରି ଏମକେସିଜିରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କ ପ୍ରାଥମିକ ଚିକିତ୍ସା ଚାଲିଥିବା ବେଳେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯିବ ବୋଲି ଜଣାଯାଇଛି।
ପୁଅ ଗିରଫକୁ ପ୍ରତିବାଦ କରୁଥିବା ମିନାକ୍ଷୀ ନିଜ ଦେହରେ ନିଆଁ ଲଗାଇ ଦେବେ ବୋଲି ପୂର୍ବରୁ ସାମ୍ବାଦିକ ସମ୍ମିଳନୀରେ ଚେତାବନୀ ଦେଇଥିଲେ। ବରିଷ୍ଠ ପୁଲିସ୍ ଅଧିକାରୀଙ୍କ ସମେତ ରାଜନୈତିକ ନେତା ମେଡିକାଲରେ ପହଞ୍ଚି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି।
Comments are closed.