Odisha Link
Bridging the Missing Links in Odisha

ଓଡ଼ିଶାର ଦାରିଦ୍ର୍ୟ ହ୍ରାସ ଅନୁପାତ ସର୍ବାଧିକ

ଭୁବନେଶ୍ୱର: ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାର ଦାରିଦ୍ର୍ୟ ହ୍ରାସ ଅନୁପାତ ସର୍ବାଧିକ। ଆଜି ବିଧାନସଭାରେ ଦାରିଦ୍ର୍ୟକୁ ନେଇ ମୁଲତବୀ ପ୍ରସଙ୍ଗରେ ନିଜର ରତ୍ତର ରଖି ଏହା କହିଛନ୍ତି ମନ୍ତ୍ରୀ ପଦ୍ମନାଭ ବେହେରା।
ସେ କହିଛନ୍ତି ଯେ, ୨୦୧୧-୧୨ରେ ଦାରିଦ୍ର୍ୟ ଅନୁପାତ ୩୨.୫୯ ପ୍ରତିଶତ ହ୍ରାସ ପାଇଛି। ଦାରିଦ୍ର୍ୟ ଦୂରୀକରଣ କ୍ଷେତ୍ରରେ ୨୦ ବର୍ଷ ଭିତରେ ରାଜ୍ୟ ଅଗ୍ରଗତି କରିଛି। ରାଜ୍ୟରେ ଦାରିଦ୍ର୍ୟ ହ୍ରାସ ପାଇଥିବା ଅନୁପାତ ୨୪.୬୧%। ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାର ଦାରିଦ୍ର୍ୟ ହ୍ରାସ ଅନୁପାତ ସର୍ବାଧିକ। ଦାରିଦ୍ର୍ୟ ସୀମାରେଖା ତଳେ ବାସ କରୁଥିବା ଜନସଂଖ୍ୟାରେ ହ୍ରାସ ପାଇଛି। ୨୦୦୪-୦୫ରେ ୨୨୧.୬୦ ଲକ୍ଷ, ୨୦୧୧-୧୨ରେ ୧୮୮.୫୩ ଲକ୍ଷ। ଏହି ସମୟ ଭିତରେ ଦାରିଦ୍ର୍ୟ ସୀମାରେଖା ଉପରକୁ ୮୩.୦୭ଲକ୍ଷ ଉଠିଛନ୍ତି। ୨୦୧୫ ମସିହା ପର୍ଯ୍ୟନ୍ତ କୃଷି କ୍ଷେତ୍ରରେ ମଧ୍ୟ ୮.୦୫% ଅଭିବୃଦ୍ଧି ହୋଇଛି। ଓଡ଼ିଶା ଏବେ ଏକ ବଳକା ରାଜ୍ୟଭାବେ ପରିଗଣିତ ହୋଇଛି ବୋଲି ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି।

Comments are closed.