Odisha Link
Bridging the Missing Links in Odisha

ଚର୍ଚ୍ଚାରେ ଜେମିସନ୍‌ , ବିରାଟଙ୍କୁ ଆଉଟ୍‌ କରିବା ପରେ କହିଲେ…

ୱେଲିଂଟନ୍‌: ଆଜିଠୁ ଆରମ୍ଭ ହୋଇଛି ଭାରତ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ। ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଟିମ୍‌ ଇଣ୍ଡିଆ ୫ ଓ୍ବିକେଟ ହରାଇ ୧୨୨ରନ କରିଛି। ନ୍ୟୁଜିଲାଣ୍ଡର ଯୁବ ପେସ୍ ବୋଲର କାଇଲ୍ ଜେମିସନ୍ ଟେଷ୍ଟ କ୍ରିକେଟରେ ଡ୍ରିମ୍ ଡେବ୍ୟୁ କରିଛନ୍ତି। ଜେମିସନ୍ ଟେଷ୍ଟ କ୍ରିକେଟରେ ନିଜର ପ୍ରଥମ ଦିନରେ ହିଁ ବିରାଟ୍ କୋହଲି ଓ ଚେତେଶ୍ୱର ପୂଜାରାଙ୍କ ଭଳି ବଡ଼ ୱିକେଟ୍ ନେଇ ଚର୍ଚ୍ଚାକୁ ଆସିଛନ୍ତି।

ଏହି ୬ଫୁଟ୍ ୮ଇଞ୍ଚ୍ ବିଶିଷ୍ଟ ବୋଲର କହିଛନ୍ତି, ଗତ କିଛି ସପ୍ତାହ ମୋ ପାଇଁ ସ୍ୱପ୍ନ ସଦୃଶ ରହିଆସିଛି। ପ୍ରଥମତଃ ଟେଷ୍ଟ କ୍ରିକେଟରେ ଡେବ୍ୟୁ କରିବା ଏବଂ ବିରାଟ୍ କୋହଲିଙ୍କ ୱିକେଟ୍ ନେବା ମୋ ପାଇଁ ସବୁଠାରୁ ସ୍ମରଣୀୟ ଦିନ। କୋହଲି ଭାରତର ମୁଖ୍ୟ ବ୍ୟାଟ୍ସମ୍ୟାନ୍। ତାଙ୍କ ୱିକେଟ୍ ନେବା ପାଇଁ ସବୁଠାରୁ ବଡ଼ ଉପଲବ୍ଧି। ଆରମ୍ଭରୁ ଦୁଇଟି ୱିକେଟ୍ ନେବା ବହୁତ ଖାସ୍। ମୁଁ ସର୍ବଦା ସରଳତା ଉପରେ ବିଶ୍ୱାସ ରଖେ।

ବ୍ୟାଟ୍ସମ୍ୟାନଙ୍କୁ ଯେତେ ସମ୍ଭବ ଖେଳାଇବା ମୋର କାମ ଏବଂ ଅତିରିକ୍ତ ବାଉନ୍ସ ସେମାନଙ୍କୁ ସମସ୍ୟାରେ ପକାଇଥାଏ। ଏଠାରେ ସ୍ପୀଡ୍‌, ବାଉନ୍ସ ଓ ସୁଇଂରୁ ବହୁତ ସହାୟତା ମିଳିଛି, ଯଦ୍ଦ୍ୱାରା ମୋର କାମ ସହଜ ହୋଇଥିଲା। ପ୍ରଥମ ଦିନର ମ୍ୟାଚ୍ ଆମ ସପକ୍ଷରେ ଯାଇଛି। ତେବେ ବାକି ୪ ଦିନରେ ଆମକୁ ଏଭଳି ପ୍ରଦର୍ଶନ ଜାରି ରଖିବାକୁ ପଡ଼ିବ।

Comments are closed.